ଧାନ ମଣ୍ଡିରେ ଅବ୍ୟବସ୍ଥା ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲେ ଚାଷୀ

Odisha Hot News
1 Min Read

ନୂଆପଡା: ନୂଆପଡ଼ା ଜିଲ୍ଲାରେ ଚାଷୀ ମାନେ ଜିଲ୍ଲା ବିଭିନ୍ନ ପ୍ରଶନ୍ନ ପାଢୀ, ଭୈରବ ସାହୁ, ଭାନୁ ପ୍ରତାପ ସିଂ ମାଝୀ, ସମେତ ଶତାଧିକ ଚାଷୀ ଆନ୍ଦୋଳନ କୁ ଓହ୍ଲାଇଛନ୍ତି।  ଦର୍ଲିମୁଣ୍ଡା, ଗୋଡଫୁଲା ଗ୍ରାମ ଠାରେ ଚାଷୀ  ମାନେ ରାସ୍ତାରୋକ କରିଥିବା ବେଳେ ବିରୋମାଲ ଚାଷୀ  ଜିଲ୍ଲାପାଳ କାର୍ଯ୍ୟକୁ ଘେରାଉ କରିଥିଲେ।

ପରେ ସମସ୍ତ ଚାଷୀ ଏକତ୍ର ହୋଇ ଏକତା ଛକ ଠାରେ ୩୫୩ ନମ୍ୱର୍ ଜାତୀୟ ରାଜ୍ୟ ପଥକୁ ଅବରୋଧ କରି ଜିଲ୍ଲାରେ ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ଢଙ୍ଗରେ କରିବା, ୨୨ ନଭେମ୍ବର ମାସରୁ ଧାନ ମଣ୍ଡି ଖୋଲିଥିବା ବେଳେ ଧାନ ଉଠାଣ କିମ୍ବା ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେଉ ନଥିବା ଚାଷୀ ମାନେ ଅଭିଯୋଗ କରିଥିଲେ। ଆନ୍ଦୋଳନ ସ୍ଥଳକୁ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ପହଞ୍ଚି ନିର୍ଭର ଯୋଗ୍ୟ ପ୍ରତିଶୃତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଅଛି।

Share This Article