ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବଡମ୍ବାର ନବେରୁ ଉର୍ଦ୍ଧ ପଂଚାୟତ ପ୍ରତିନିଧି

Odisha Hot News
1 Min Read

ଭୁବନେଶ୍ୱର: ବଡମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀ ର ନବେରୁ ଉର୍ଦ୍ଧ ସରପଞ୍ଚ, ଓ ପଂଚାୟତ ପ୍ରତିନିଧି ଆଜି ନବୀନ ନିବାସରେ ବିରୋଧୀ ଦଳ ନେତା ନବୀନ ପଟନାୟକ ଙ୍କୁ ଭେଟି ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ।
ସେମାନଙ୍କ ସହିତ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ଜ଼ିଲ୍ଲା ପରିଷଦ ସଭ୍ୟମାନେ ମଧ୍ୟ ସାମିଲ ଥିଲେ।

ବିଜେଡି ସରକାର ସମୟରେ ଆରମ୍ଭ ହୋଇଥିବା କଲ୍ୟାଣ କାର୍ଯ୍ୟକ୍ରମ ର ସୁଫଳ ଲୋକଙ୍କ ପାଖରେ ଠିକ ଭାବରେ ପହଁଚୁଛି କି ନାହିଁ ତା ଉପରେ ଦୃଷ୍ଟି ରଖିବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।ଏହା ସହିତ ଦଳର ସାଂଗଠନିକ ଶକ୍ତି ବୃଦ୍ଧି କରିବା ପାଇଁ ସମସ୍ତେ ଏକାଠି ହୋଇ କାମ କରିବା ଉପରେ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଆରୋପ କରିଥିଲେ।

ଏହି ସାକ୍ଷାତ ସମୟରେ ପୂର୍ବତନ ମନ୍ତ୍ରୀ ତଥା ବଡମ୍ବା ର ପୂର୍ବତନ ବିଧାୟକ ଦେବୀ ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ।

Share This Article