ଆଇପିଏସ ଡି ଏସ କୁଟ୍ଟେଙ୍କୁ କେନ୍ଦ୍ର ସରକାର ଦେଲେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ, ହେବେ ବିଏସଏଫ ଆଇଜି

Odisha Hot News
1 Min Read

ଭୁବନେଶ୍ବର: ଶେଷରେ ବରିଷ୍ଠ ଆଇପିଏସ ଡି ଏସ କୁଟ୍ଟେଙ୍କୁ କେନ୍ଦ୍ର ସରକାର ନିଯୁକ୍ତି ଦେଇଛନ୍ତି। ସେ ବର୍ତ୍ତମାନ ବର୍ଡର ସିକ୍ୟୁରିଟ ଫୋର୍ସର ଆଇଜି ଭାବେ କାର୍ଯ୍ୟ କରିବେ। ଏ ନେଇ ବିଧିବଧ ଭାବେ କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟକୁ ଚିଠି କରାଯାଇଛି। ଏଥିରେ ରାଜ୍ୟ ସରକାର ତାଙ୍କୁ ତୁରନ୍ତ ରିଲିଭ କରିବା ପାଇଁ କୁହାଯାଇଛି।

ଗତ ନିର୍ବାଚନରେ ଡି ଏସ କୁଟ୍ଟେ ବିଜେଡି ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ଅଭିଯୋଗ କରାଯାଇ ତାଙ୍କୁ ନିଲମ୍ବନ କରାଯାଇଥିଲା। ଏହାପରେ ତାଙ୍କର ନିଲମ୍ବନ ହଟାଇ ରାଜ୍ୟ ସରକାରଙ୍କ ଓଏସଡି ଭାବେ ବସେଇ ଦିଆଯାଇଥିଲା। ତାଙ୍କୁ କୌଣସି ପଦବୀରେ କାର୍ଯ୍ୟ କରିବା ପାଇଁ ସୁଯୋଗ ଦିଆଯାଇ ନ ଥିଲା।

ତାଙ୍କର ଭବିଷ୍ୟତ କଣ ହେବ ସେ ନେଇ ବିଭିନ୍ନ ମହଲରେ ସନ୍ଦେହ ପ୍ରକଟ କରାଯାଇଥିଲା। ହେଲେ ଶେଷରେ କେନ୍ଦ୍ର ସରକାର ତାଙ୍କୁ ନିଜ ଅଧିନକୁ ନେବା ସହିତ ଗୁରୁତ୍ବ ପୂର୍ଣ୍ଣ ପଦବୀରେ ନିଯୁକ୍ତି ଦେଇଛନ୍ତି।

Share This Article