ସଡକ ଦୁର୍ଘଟଣାରେ ସ୍କୁଟି ଚାଳକ ମୃତ ଓ ଜଣେ ଆହତ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅର୍ନ୍ତଗତ ଚୈତନ୍ୟପଡା ପେଟ୍ରୋଲ ପମ୍ପ ନିକଟରେ ଆସ୍କା ଅଭିମୁଖେ ଯାଉଥିବା ଏକ ଗ୍ୟାସ ବୋଝେଇ ଗାଡ଼ିର ମୁହାଁମୁହିଁ ଧକ୍କା ଫଳରେ ବ୍ରହ୍ମପୁର ଫେରୁଥିବା ସ୍କୁଟି ଚାଳକ ଗୟା ଦାସ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ପଛରେ ବସିଥିବା ପିଣ୍ଟୁ ପ୍ରଧାନ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଖବର ପାଇ ହିଞ୍ଜିଳି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡ଼ି ଜବତ ସହ ମୃତ ଗୟାଙ୍କ ଶବକୁ ଉଦ୍ଧାର କରିଛି। ଗୁରୁତର ପିଣ୍ଟୁକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ଗ୍ୟାସ ବୋଝେଇ ଗାଡ଼ି ଚାଳକ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ଜଣାପଡ଼ିଛି।

Share This Article