ଅଚେତ୍ ଅବସ୍ଥାରେ ଉଦ୍ଧାର ମହିଳାଙ୍କ ମୃତ୍ୟୁ ଘୋଷଣା: କାରଣ ଅସ୍ପଷ୍ଟ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥ ପୁର ଥାନା ଅନ୍ତର୍ଗତ କମାପଲ୍ଲୀ ଅଞ୍ଚଳର ଏକ ଭଡାଘରେ ରହୁଥିବା ମହିଳା ଛାତ ଉପରେ ଅଚେତ୍ ଅବସ୍ଥାରେ ପଡିରହିଥିଲେ। ତାଙ୍କ ସମ୍ପର୍କୀୟ ଭଉଣୀ ତାଙ୍କ ସହ ମିଶିବାକୁ ଆସିଥିଲା ବେଳେ ମହିଳାଜଣଙ୍କ ଅଚେତ୍ ଅବସ୍ଥାରେ ପଡିରହିଥିବା ଦେଖିବାକୁ ପାଇଲେ। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ମୃତ ମହିଳା ଜଣଙ୍କ ୨୪ ବର୍ଷୀୟା ସସ୍ମିତା ପଣ୍ଡା ଓ ସେ ଏହି ଦୁଇ ବର୍ଷ ପୁର୍ବେ ସପିଂ ମଲରେ କାମ କରୁଥିବା ପ୍ରଶାନ୍ତ କୁମାର ସାବତ ନାମକ ଜଣେ ଯୁବକଙ୍କୁ ବାହା ଉକ୍ତ ଭଡ଼ା ଘରେ ଉଭୟ ରହୁଥିଲେ। ମହିଳାଙ୍କ ଶରୀରରେ କୌଣସି ଆଘାତ ଚିହ୍ନ ନଥିବାରୁ ଏହା ହୃଦଘାତ ଜନିତ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି।

କିନ୍ତୁ ପୋଲିସ ମୃତ ମହିଳାଙ୍କ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛି।

Share This Article