ଚଳିତ ରଥଯାତ୍ରାରେ ଭି଼ଡ ନିୟନ୍ତ୍ରଣକୁ ଶୃଙ୍ଖଳିତ କରିବା ପାଇଁ ଲାଗିବ AI କ୍ୟାମେରା

Odisha Hot News
1 Min Read

ପୁରୀ: ଆଗାମୀ ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବୃଦ୍ଧିକୁ ନଜରରେ ରଖି ଭିଡ଼ ନିୟନ୍ତ୍ରଣ ନେଇ AI କ୍ୟାମେରା ର ବ୍ୟବହାର କରାଯିବ। ମହାପ୍ରଭୁଙ୍କର ରଥଯାତ୍ରା ଶୃଙ୍ଖଳିତ କରିବାକୁ ଏହା ଏକ ବଡ଼ ପଦକ୍ଷେପ। ସେଥିପାଇଁ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ଭିଡ଼ ନିୟନ୍ତ୍ରଣକୁ ଶୃଙ୍ଖଳିତ କରିବାକୁ ଲଗାଯିବ AI କ୍ୟାମେରା ଲଗାଇବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି।

ବିଶ୍ବ ପ୍ରସିଦ୍ଧ ରଥଯାତ୍ରାରେ ପ୍ରବଳ ଜନସମାଗମକୁ ନିୟନ୍ତ୍ରଣ କରିବା ସହ ଭିଡ ଓ ଟ୍ରାଫିକ ନିୟନ୍ତ୍ରଣ ମଧ୍ୟ କରିବ AI କ୍ୟାମେରା। ଏନେଇ ପୁରୀ ପୋଲିସ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ବେଳେ ସହରର ପ୍ରମୁଖ ସ୍ଥାନ, ସାହି ଗଳି କନ୍ଦି ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଲାଗିବ ଏହି କ୍ୟାମେରା।ବିଶେଷ କରି ପୁରୀ ସହରରେ ଥିବା ତିନି ପ୍ରବେଶ ପଥ ସମେତ ପୁରୀକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ମାନଙ୍କରେ AI କ୍ୟାମେରା ଦ୍ୱାରା ନଜର ରଖାଯିବ।

ଅପରାଧିକ ମାମଲା ରେ ସଂଶ୍ଲିଷ୍ଟ ଥିବା ଅପରାଧୀ ମାନଙ୍କୁ ମଧ୍ୟ କ୍ୟାମେରା ମାଧ୍ୟମରେ ଚିହ୍ନଟ କରାଯାଇ ପଦକ୍ଷେପ ନିଆଯିବ। ଅନ୍ୟପକ୍ଷରେ ଶୃଙ୍ଖଳିତ ରଥ ଯାତ୍ରା ନେଇ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ ଗଠନ ହୋଇଥିବା ନେଇ ପୁରୀ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି।

Share This Article