ବିଜେପି ଛାଡି କଂଗ୍ରେସରେ ଯୋଗ ଦେଲେ ସୋନାଲି ସାହୁ, କହିଲେ ମହିଳାଙ୍କୁ ସମ୍ମାନ ଦିଏନି ବିଜେପି

Odisha Hot News
1 Min Read

ଭୁବନେଶ୍ବର: ଶେଷରେ ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି ସୋନାଲି ସାହୁ। ସେ ବିଜେପିରେ ମୁଖପାତ୍ର ଭାବେ କାର୍ଯ୍ୟ କରୁଥିଲେ। ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି।

ସେଥିରେ ସେ କ୍ଷୋଭର ସହ ବିଜେପିରେ ମହିଳାଙ୍କୁ କୌଣସି ସମ୍ମାନ ଦିଆଯାଏ ନାହିଁ ବୋଲି ଉଲ୍ଲେଖ କରିଛନ୍ତି। ଆଗାମୀ ଦିନରେ ରାଜ୍ୟର ମହିଳାଙ୍କର ସ୍ବର ହେବା ପାଇଁ ଦଳ ଛାଡିଲି ବୋଲି ସେ କହିଛନ୍ତି। ସୋନାଲି ଦୀର୍ଘ ପାଞ୍ଚବର୍ଷ ଧରି ଦଳରେ ରହି କାର୍ଯ୍ୟ କରିଆସୁଥିଲେ। ସେ ମୁଖପାତ୍ର ଭାବେ କାର୍ଯ୍ୟ କରି ବିଭିନ୍ନ ଟିଭି ଡିବେଟରେ ଦଳର ଭାବେ ମୂର୍ତ୍ତିକୁ ବଞ୍ଚାଇ ରଖିଥିଲେ।

ଇସ୍ତଫା ଦେବା ପରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ଦଳର ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ହେଉଛି ସୋନାଲିଙ୍କ ପୁରୁଣା ଦଳ। ତାଙ୍କର ଘର ବାହୁଡା ହୋଇଛି। ଏହାପରେ ସେ କଂଗ୍ରେସରେ ଆଗାମୀ ଦିନରେ କଣ କରିବେ, ଖୋର୍ଦ୍ଧାରୁ ନିର୍ବାଚନ ଲଢିବେ କି ନାହିଁ ତାହା ଜଣାପଡି ନାହିଁ।

Share This Article