ଆଜି ମହା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଫଡନାଭିସ, ମୁମ୍ବାଇ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

Odisha Hot News
1 Min Read

ଭୁବନେଶ୍ବର: ମହାରାଷ୍ଟ୍ରରେ ତୃତୀୟ ଥର ପାଇଁ ଆଜି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାଭିସ। ଆଜି ସନ୍ଧ୍ୟାରେ ମୁମ୍ବାଇ ଆଜାଦ ମୈଦାନରେ ହେବ ଶପଥ ଗ୍ରହଣ ଉତ୍ସବ। ତାଙ୍କ ସହ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ।

ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ସବୁ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗଦେବେ।

ତେବେ ଏହି ଉତ୍ସବରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ମୁମ୍ବାଇ ଗସ୍ତ କରିଛନ୍ତି। ସେ ଆଜି ସକାଳ 10 ଟା 20 ରେ ଭୁବନେଶ୍ବର ଛାଡିଛନ୍ତି। ସେଠାରେ ସେ ଏହି ଉତ୍ସବରେ ଯୋଗ ଦେବା ପରେ ଆସନ୍ତାକାଲି ସକାଳ 10 ଟା 20 ମିନିଟରେ ଭୁବନେଶ୍ବରରେ ପହଞ୍ଚିବେ।

Share This Article