କଳିଙ୍ଗା ଘାଟିରେ ପୁଣି ଏକ ସୁରତ ଫେରନ୍ତା ପ୍ରବାସୀ ଓଡ଼ିଆ ବସ୍ ଦୁର୍ଘଟଣାଗ୍ରସ୍ତ

Odisha Hot News
1 Min Read

ଫୁଲବାଣୀ : ଆଜି ସକାଳେ କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିରେ ପୁଣି ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗୁଜୁରାଟର ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଅମ୍ବିକା ନାମକ ଏକ ବସ୍ ଗଞ୍ଜାମ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ଆଜି ସକାଳ ପ୍ରାୟ ସାଢେ ୮ଟା ସମୟରେ ସୁରତ ଫେରନ୍ତା ଏହି ବସ୍ ଏକ ଟ୍ରକ୍ ପଛରେ ପିଟିବା ଫଳରେ  ଦୁର୍ଘଟଣା ଘଟିଥିବା କୁହାଯାଉଛି । ଏହି ଦୁର୍ଘଟଣାରେ ୫ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଏହି ବସରେ ମୋଟ୍ ୫୭ଜଣ ଯାତ୍ରୀ ଥିଲେ ଯେଉଁମାନଙ୍କ ମଧ୍ୟରେ ୩ଜଣ ମହିଳା ଅଛନ୍ତି।

ଖବର ପାଇ ଜି.ଉଦୟଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ଯାତ୍ରୀମାନଙ୍କୁ ଅନ୍ୟ ଏକ ବସରେ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବାର ବନ୍ଦୋବସ୍ତ କରିଥିବା ଜଣାଯାଇଛି।

ବସ୍ ଓଭରଟେକ୍ କରିବାକୁ ଉଦ୍ୟମ କରୁଥିଲା, ହେଲେ ଟ୍ରକ ପଛରେ ପିଟି ହୋଇଯାଇଥିଲା । ବୁଲାଣି ରାସ୍ତାରେ ଗାଡ଼ି ଚଳାଇବା ଅଭିଜ୍ଞତା ନ ଥିବାରୁ ୨ ଦିନରେ କଳିଙ୍ଗ ଘାଟିରେ ୨ ଦୁର୍ଘଟଣା ହେଲାଣି। କଳିଙ୍ଗ ଘାଟିରେ କନ୍ଧମାଳ ବସ୍ ଚାଳକଙ୍କ ସହାୟତା ନେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

Share This Article
Leave a Comment