ଅଲଚିକି ଲିପିର ସ୍ରଷ୍ଟା ରଘୁନାଥ ମୁର୍ମୁଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Odisha Hot News
1 Min Read

ଭୁବନେଶ୍ବର: ଭୁବନେଶ୍ବର ନିଳାଦ୍ରୀ ବିହାରଠାରେ ଅଲଚିକି ଲିପିର ସ୍ରଷ୍ଟା ରଘୁନାଥ ମୁର୍ମୁଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ରାଷ୍ଟ୍ରପତି ଆଦିମ ଓୱାର ଜର୍ପା ଜାହେଦର ଆଦିବାସୀ ଦେବସ୍ଥଳଠାରେ ପୂଜାର୍ଚ୍ଚନା କରିଛନ୍ତି। ଉନ୍ମୋଚନ କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିଲେ।

ରାଷ୍ଟ୍ରପତି ଆଜି ରାଜଭବନରେ ରାତ୍ରିଯାପନ କରିବା ପରେ ସେ ଆସନ୍ତାକାଲି ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବରେ ଯୋଗଦେବେ। ପୁରୀର ବ୍ଲୁ ଫ୍ଲାଗ ବିଚରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନୌସେନା ଦିବସର ପରାକ୍ରମ ପ୍ରଦର୍ଶନ ଉତ୍ସବରେ ଯୋଗଦେବେ।

ଆସନ୍ତା ୪ ତାରିଖରେ ରାଷ୍ଟ୍ରପତି ଭୁବନେଶ୍ବରରେ ଓଡିଶା ବୈଷୟିକ ଓ କୃଷି ବିଶ୍ବବିଦ୍ୟାଳୟର ୪୦ ତମ ଦୀକ୍ଷାନ୍ତ ସମାରୋହରେ ଯୋଗଦେବା ସହ ନ୍ୟାୟିକ କମ୍ପ୍ଲ୍ସେକୁ ଉଦଘାଟନ କରିବେ। ମୟୁରଭଞ୍ଜର ରାଇରଙ୍ଗପୁର ଗସ୍ତ କରି ଅନେକ ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ କରିବେ। ୭ ତାରିଖରେ ରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

Share This Article