ଜିଲ୍ଲା ରିଟେଲର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ 

Odisha Hot News
1 Min Read

ଛତ୍ରପୁର: ଅନ୍ୟ ରାଜ୍ୟ ସରକାରଙ୍କ ପରି କ୍ୱିଣ୍ଟାଲ ପ୍ରତି ୨୦୦ ଟଙ୍କା ପାରିଶ୍ରମିକ ପ୍ରଦାନ କରିବା, କରୋନା ମହାମାରୀ ସମୟରୁ ଆଜି ପର୍ଯ୍ୟନ୍ତ ବକେୟା ସମସ୍ତ ପାରିଶ୍ରମିକ ଏକ କାଳୀନ ପ୍ରଦାନ କରିବା, ପରିବହନ ଠିକାଦାରଙ୍କ ଦ୍ୱାରା ସାମଗ୍ରୀ ପହଞ୍ଚାଣ ସମୟରେ ହୋଇଥିବା ବ୍ୟାପକ ଅନିୟମିତତା ବନ୍ଦ କରିବା ପାଇଁ ସ୍ଥଗୀତ ରହିଥିବା ବ୍ୟବସ୍ଥାକୁ ତୁରନ୍ତ କାର୍ଯ୍ୟକାରୀ କରି ଧାର୍ଯ୍ୟ ଓଜନ ମାପ ଅନୁସାରେ ସାମଗ୍ରୀ ପହଞ୍ଚାଣ ବ୍ୟବସ୍ଥା କରାଯିବ। ସେହିପରି କାର୍ଯ୍ୟରତ ଖୁଚୁରା ବିକ୍ରେତାଙ୍କୁ ଇ- କେୱାଇସି ବାବଦ ପାରିଶ୍ରମିକ ଅର୍ଥ ତୁରନ୍ତ ପ୍ରଦାନ କରାଯିବା ସମେତ ବିଭିନ୍ନ ଦାବି ନେଇ ସର୍ବ ଭାରତୀୟ ଡିଲର୍ସ ଫେଡ଼ରେସନର ଡାକରାରେ ଗଞ୍ଜାମ ଜିଲ୍ଲା ଶାଖା ପକ୍ଷରୁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଗଞ୍ଜାମ ଜିଲ୍ଲାର ଶାଖାର ସଭାପତି ଈଶ୍ୱର ଚନ୍ଦ୍ର ମହାନ୍ତି, ଉପସଭାପତି, ସମ୍ପାଦକ ,ବ୍ରହ୍ମପୁର ରିଟେଲର ସଂଘର ସଭାପତି ସହ ବହୁ ରିଟେଲର ମାନେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଦାବିପତ୍ର ପ୍ରଦାନ କରିଥିଲେ। ପ୍ରାରମ୍ଭରେ ନୂତନ ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରରେ ରିଟେଲର ମାନେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚିଥିଲେ।

Share This Article