ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

Odisha Hot News
1 Min Read

ଭୁବନେଶ୍ଵର: ନୟାଗଡ଼ ଜିଲ୍ଲା ଓପନ ଚେସ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଏଥିରେ ଜୁନିଅର ବିଭାଗରେ ଅମ୍ରିତ ପ୍ରଧାନ ସର୍ବାଧିକ ପଏଣ୍ଟ ପାଇ ଚାମ୍ପିୟନ ହୋଇଥିବା ବେଳେ ସିନିଅର ବିଭାଗରେ ଦାସ ଜିତେନ୍ଦ୍ର କୁମାର ଚମ୍ପିୟାନ ହୋଇଛନ୍ତି। ଗତ ଦୁଇଦିନରେ ୬ ରାଉଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଉଥିଲା। ଜୁନିଅର ବିଭାଗରେ ଅଂଶ ଗ୍ରହଣ କରିଥିବା ୨୧ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୫ ଜଣ ଏବଂ ସିନିଅର ବିଭାଗରେ ଅଂଶ ଗ୍ରହଣ କରିଥିବା ୨୨ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୫ ଜଣ ସର୍ବାଧିକ ପଏଣ୍ଟ ହାସଲ କରି ପୁରସ୍କୃତ ହୋଇଛନ୍ତି।

ଜୁନିଅର ବିଭାଗରୁ ଅମ୍ରିତ ପ୍ରଧାନଙ୍କ ସମେତ ଚିତ୍ତ ରଞ୍ଜନ ଦାସ, ସ୍ୱସ୍ତିକ ମହାପାତ୍ର, ଶଙ୍କର ମାହାତୋ, ଆୟସ୍କନ୍ତ ମହାପାତ୍ର ଏବଂ ସିନିଅର ବିଭାଗରୁ ଜିତେନ୍ଦ୍ରଙ୍କ ସମେତ ଜୟପ୍ରକାଶ ବଇରୀ ଗଞ୍ଜନ,ଦିବାକର ନାୟକ, ସ୍ୱୟଂ ପ୍ରକାଶ ସାହୁ ଏବଂ ପ୍ରକାଶ ନାରାୟଣ ଦାଶ ପ୍ରମୁଖ ପୁରସ୍କୃତ ହୋଉଛନ୍ତି। ନୟାଗଡ଼ ଜିଲ୍ଲା ଚେସ ଆସୋସିଏସନ ଏବଂ କେସି କ୍ଳବ ନୟାଗଡ଼ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଚେସ ଟୁର୍ଣ୍ଣାମେଣ୍ଟର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଚେସ ଆସୋସିଏସନ ସମ୍ପାଦକ ଇଂ ଦେବବ୍ରତ ଭଟ୍ଟ ଏବଂ କେସି କ୍ଳବ ଯୁଗ୍ମ ସମ୍ପାଦକ ଚନ୍ଦନ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ବିଜୟୀ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ।

ଟୁର୍ଣ୍ଣାମେଣ୍ଟକୁ ଆର୍ବିଟର ତାପସ କୁମାର ମହାନ୍ତି ପରିଚାଳନା କରିଥିବା ବେଳେ ଜିଲ୍ଲା ସଭାପତି ଶ୍ରୀଧର ସାହୁ, ସମ୍ପାଦକ ରିତେଶ ରଥ, କୋଷାଧକ୍ଷ ତାରୁନ ଖାଁ, ଉପସଭାପତି ବାଲାରସେନ ପାତ୍ର ଏବଂ ମିଡି଼ଆ ସଂଯୋଜକ ଲକ୍ଷ୍ମୀଧର ସାହୁ ପ୍ରମୁଖ ସହଯୋଗ କରିଥିଲେ।

Share This Article