ଢେଙ୍କାନାଳ ସହରରେ ଲାଗିବ ୧୦୦ ସିସି କ୍ୟାମେରା

Odisha Hot News
0 Min Read

ଭୁବନେଶ୍ଵର: ଢେଙ୍କାନାଳ ସହରରେ ପୋଲିସ ପ୍ରଶାସନ ତରଫରୁ ୧୦୦ ସିସିଟିଭି କ୍ୟାମେରା ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଚାଲିବା ନେଇ ଏସପି ସୂଚନା ଦେଇଛନ୍ତି। ଆସନ୍ତା ମାସ ଶେଷ ସୁଧା ସହରର ସମସ୍ତ ଅଂଚଳରେ ସିସିଟିଭି କ୍ୟାମେରା ଲାଗିଯାଇଥିବ ବୋଲି ଏସପି ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୪୦ ସିସିଟିଭି କ୍ୟାମେରା ଲାଗିବ।

ଟ୍ରାଫିକ ନିୟନ୍ତ୍ରଣ, ଗାଡି ଚୋରି, ବିଭିନ୍ନ ପ୍ରକାର ଅପରାଧର ଅପରାଧୀଙ୍କୁ ଜାଣିବା ଓ ଅପରାଧ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ପାଇଁ ସିସିଟିଭି କ୍ୟାମେରା ଶୀଘ୍ର ଲାଗିବ।

Share This Article