୩୦ଟି ମୋବାଇଲ୍ ଫୋନ୍ ଉଦ୍ଧାର କଲା ପୋଲିସ 

Odisha Hot News
1 Min Read

ଭୁବନେଶ୍ଵର: କେନ୍ଦୁଝର ପୋଲିସର ବଡ଼ ସଫଳତା। ଚୋରୀ ଓ ହଜି ଯାଇଥିବା ୩୦ଟି ମୋବାଇଲ୍ ଫୋନ୍ ଉଦ୍ଧାର କରିବା ପରେ, ମୋବାଇଲ୍ ମେଳା ଆୟୋଜନ କରି ଏହାର ମାଲିକଙ୍କୁ ପ୍ରଦାନ କରିଛି ପୋଲିସ। କେନ୍ଦୁଝର ସାଇବର୍ ସେଲ୍ ରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ମୋବାଇଲ୍ ଫୋନ୍ ହଜିବା ତଥା ଚୋରୀ ହେବା ନେଇ ମାମଲା ରୁଜୁ ହୋଇଥିଲା।

ଏହାର ତଦନ୍ତ କରି ଜିଲ୍ଲା ସାଇବର୍ ସେଲ୍ ଦ୍ୱାରା ୩୦ଟି ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇଥିଲା। ଏକ ମୋବାଇଲ୍ ମେଳା ଆୟୋଜନ କରି ଉଦ୍ଧାର ମୋବାଇଲ୍ ଫୋନ୍ ଗୁଡିକୁ ସଠିକ୍ ମାଲିକମାନଙ୍କୁ ହସ୍ତାନ୍ତର କରାଯାଇଛି। ଏସପି ନିତିନ୍ କୁଶଲକର୍ ନିଜେ ଉପସ୍ଥିତ ରହି ଉଦ୍ଧାର ମୋବାଇଲ୍ ଫୋନ୍ ମାଲିକଙ୍କୁ ହସ୍ତାନ୍ତର କରିବା ସହିତ, ଏସମ୍ପର୍କରେ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରିଛନ୍ତି।

Share This Article