ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହି କ୍ରମରେ ଶନିବାର ଅପରାହ୍ନରେ ଯାଜପୁରରୁ ଆଉ ୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୬କୁ ବୃଦ୍ଧି ପାଇଛି। ସେହିଭଳି ଯାଜପୁରରେ ପଜିଟିଭ୍ ସଂଖ୍ୟା ୪୭ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଓ୍ବେବ୍ସାଇଟ୍ରେ ସୂଚନା ଦିଆଯାଇଛି। ପୂର୍ବରୁ ସକାଳେ ଯାଜପୁରରୁ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ଦିଆଯାଇଥିଲା। ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ଲିଙ୍କର ରହିଥିଲେ।
ଯାଜପୁରରୁ ଆଉ ୨ ପଜିଟିଭ୍ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୫୬କୁ ବୃଦ୍ଧି
Leave a Comment
Leave a Comment
- Advertisement -
