ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ “ସ୍ୱନିଧିରୁ ସମୃଦ୍ଧି” ଶିବିର ଅନୁଷ୍ଠିତ

Odisha Hot News
1 Min Read

ନୂଆପଡ଼ା: ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ “ସ୍ୱନିଧି ରୁ ସମୃଦ୍ଧି” ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରରେ ଖଡିଆଳ ନଗର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା ଯୋଗ ଦେଇ ସରକାରଙ୍କ ଆଠ ଗୋଟି କଲ୍ୟାଣ ଯୋଜାନ ଲାଭ ନେବାକୁ ଆହ୍ବାନ କରିଛନ୍ତି। ବିଶେଷ ରୂପେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା,ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜନ ଧାନ ଯୋଜନା, ବି ଓ ସି ଡ଼ବ୍ଲୁ ପଞ୍ଜିକରଣ, ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା, ଜନନୀ ସୁରକ୍ଷା ଯୋଜନା, ୱାନ ନେସନ୍ ୱାନ ରାସନ୍ ଯୋଜନା, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଉପରେ ଲାଭ ନେବାକୁ ଆହ୍ବାନ କରିଛନ୍ତି।

ବୈଠକରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସ୍ବାଧୀନ ମହାରଣା, ୱାର୍ଡ ସଭ୍ୟ ସୁନିଲ କୁମାର ସାହୁ, ଲକ୍ଷଣ ଦୁରିଆ, ସମାଜ ସେବୀ ରିତେଶ ପଟ୍ଟନାୟକ, କର୍ମଚାରୀ ମାନେ ଯୋଗ ଦେଇଥିଲେ।

Share This Article