ବାଣପୁର ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉ: ବିପୁଳ ପରିମାଣରେ ପୋଚ ଜବତ

Odisha Hot News
1 Min Read

ବାଣପୁର: ଖୋର୍ଦ୍ଧା ଜିଲ୍ଲାପାଳ, ଏସପି ଏବଂ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଜି ବାଣପୁର ଥାନା ଅନ୍ତର୍ଗତ କୋଷରଡ଼ା ଜଙ୍ଗଲ ଅଞ୍ଚଳରେ ପୋଲିସ ଓ ଅବକାରୀ ମିଳିତ ଭାବେ ଚଢାଉ କରି ବିପୁଳ ପରିମାଣରେ ପୋଚ ଜବତ ହୋଇଛି।

ସୂଚନା ମୁତାବକ ଆଜି ସକାଳେ ବାଣପୁର ଅତିରିକ୍ତ ତହସିଲଦାର ସାହୀନ ନାଜଙ୍କ ଉପସ୍ଥିତିରେ ଟାଙ୍ଗୀ, ଖୋର୍ଦ୍ଧା, ବାଲୁଗାଁ ଅବକାରୀ ବିଭାଗ ଏବଂ ବାଣପୁର ପୋଲିସ ମିଳିତ ଭାବେ ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ସମୁଦାୟ ୧୩୧ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ୧୬୬୦୦ ଲିଟର ପୋଚ ଜବତ ହୋଇ ନଷ୍ଟ କରିଦିଆଯାଇଛି।

ତେବେ ଜଙ୍ଗଲ ଅଞ୍ଚଳର ସୁଯୋଗ ନେଇ ଅଭିଯୁକ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ କୁମାର ମୁଦୁଲିଙ୍କ ନେତୃତ୍ୱରେ ଉକ୍ତ ଚଢ଼ାଉ କରାଯାଇଥିଲା।

Share This Article