ପୂର୍ବତଟ ରେଳ ମହା ପ୍ରବନ୍ଧକଙ୍କ ଦିନିକିଆ ଗସ୍ତ, ଅମୃତ ଭାରତ ଷ୍ଟେସନ ନିର୍ମାଣର କଲେ ସମୀକ୍ଷା 

Odisha Hot News
1 Min Read

ଭୁବନେଶ୍ଵର: ପୂର୍ବତଟ ରେଳ ମହା ପ୍ରବନ୍ଧକ ପରମେଶ୍ୱର ଫୁଂକୱାଲାଙ୍କ ଦିନିକିଆ ରାୟଗଡା ଗସ୍ତରେ ଆସି ମୁନିଗୁଡା ଠାରେ ନିର୍ମାଣଧୀନ ଅମୃତ ଭାରତ ଷ୍ଟେସନ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଆଜି ଅପରାହ୍ନରେ ସ୍ୱତନ୍ତ୍ର ଟ୍ରେନ ଯୋଗେ ମୁନିଗୁଡା ପହଂଚି ମୁନିଗୁଡା ଷ୍ଟେସନରେ ନିର୍ମାଣଧୀନ କାର୍ଯ୍ୟ, ଜମି ଅଧିଗ୍ରହଣ ସାଙ୍ଗକୁ କାର୍ଯ୍ୟର ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି। ମୁନିଗୁଡା ବ୍ୟତୀତ ଲାଞ୍ଜିଗଡ ରୋଡ ଓ ଥେରୁବାଲି ଷ୍ଟେସନ ମଧ୍ୟ ପରିଦର୍ଶନ କରିଛନ୍ତି।

ସନ୍ଧ୍ୟାରେ ଜୁନାଗଡ଼ ଭୁବନେଶ୍ୱର ଟ୍ରେନ ଯୋଗେ ଫେରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସମ୍ବଲପୁର ଡି ଆର ଏମ ସମେତ ସମସ୍ତ ଡିଭିଜନ ସ୍ଥରୀୟ ବରିଷ୍ଠ ଅଧିକାରୀ ଉପସ୍ଥିତି ଥିଲେ।

Share This Article