ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

Odisha Hot News
1 Min Read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ସ୍ୱାଧୀନ କରିବା ଏବଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସମ୍ମାନଜନକ ଓ ସମାନତାପୂର୍ଣ୍ଣ ଜୀବନ ସୁନିଶ୍ଚିତ କରିବା ଲାଗି ନିଜ ଜୀବନକୁ ଉତ୍ସର୍ଗ କରିଥିବା ଡକ୍ଟର ହରେକୃଷ୍ଣ ମହତାବ ଜୀଙ୍କୁ ପ୍ରଶଂସା କରିଛନ୍ତି। ଡକ୍ଟର ମହତାବଙ୍କର ୧୨୫ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଶ୍ରୀ ମୋଦୀ ତାଙ୍କ ଆଦର୍ଶକୁ ସାକାର ରୂପ ଦେବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ।

ରାଷ୍ଟ୍ରପତିଙ୍କ ଏକ୍ସ ଉପରେ ଆଉ ଏକ ପୋଷ୍ଟ  ଜରିଆରେ ପ୍ରତିକ୍ରିୟା ଦେଇ ସେ ଲେଖିଛନ୍ତି:

‘‘ହରେକୃଷ୍ଣ ମହତାବ ଜୀ ଜଣେ ମହାନ ବ୍ୟକ୍ତିତ୍ୱ ଥିଲେ ଯିଏକି ଭାରତକୁ ସ୍ୱାଧୀନ କରିବା ଏବଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସମ୍ମାନ ଓ ସମାନତାର ଜୀବନ ସୁନିଶ୍ଚିତ କରିବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଓଡ଼ିଶାର ବିକାଶ ଦିଗରେ ତାଙ୍କର ଅବଦାନ ବିଶେଷ ଭାବେ ଉଲ୍ଲେଖନୀୟ। ସେ ମଧ୍ୟ ଜଣେ ବିଶିଷ୍ଟ ଚିନ୍ତାନାୟକ ଓ ବୁଦ୍ଧିଜୀବୀ ଥିଲେ। ତାଙ୍କର ୧୨୫ତମ ଜନ୍ମବାର୍ଷିକୀରେ ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ତାଙ୍କ ଆଦର୍ଶକୁ ସାକାର ରୂପ ଦେବା ପାଇଁ ଆମର ପ୍ରତିବଦ୍ଧତାକୁ ଦୋହରାଉଛି।’’

Share This Article