ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ମୁଖ୍ୟ ରାସ୍ତା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଏକ ପୋଖରୀରୁ ଜନୈକ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକଙ୍କ ନାମ ଗୁରୁ ମୁର୍ତ୍ତି ଡାକୁଆ ଓ ତାଙ୍କ ଘର ଡୁମାକୁମ୍ପା ବୋଲି ଜଣାପଡିଛି। ସେ ଏହି କିଛି ବର୍ଷ ହେବ ଏଠାରେ ରହୁଥିଲେ।
ପୋଖରୀରେ ଭାସୁଥିବା ଅବସ୍ଥାରେ ପୋଲିସ ତାଙ୍କୁ ଉଦ୍ଧାର କରିଛି। ଉଦ୍ଧାର ସମୟରେ ତାଙ୍କର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଥିବାରୁ ସନ୍ଦେହ ସୃଷ୍ଟି ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨୫/୨୪ ଅନୁଯାୟୀ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
Comment