ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଦିଗପହଣ୍ଡି ଥାନା ଅନ୍ତର୍ଗତ ମହୁରୀକାଳୁଆ ନିକଟରେ ଏକ ଗ୍ରାନାଇଟ୍ ପାହାଡ଼ ରେ କାମ କରୁଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ୪ ଜଣ ଶ୍ରମିକ ପଥର ତଳେ ଚାପି ହୋଇ ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ଅନ୍ୟ ଶ୍ରମିକମାନେ ଗୁରୁତର ଅବସ୍ଥାରେ ଦୁଇ ଜଣକୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ପଥର ଭିତରୁ ବାହାର କରିପାରିନଥିଲେ। ଯାହା ଫଳରେ ଗୋବିନ୍ଦ ମଲିକ ଓ କୋରା ମଲିକ ନାମକ ଦୁଇ ଜଣ ଶ୍ରମିକ ପ୍ରାଣ ହରାଇଥିବା ବେଳେ ଗୁରୁତର ଆହତ ଦୁଇ ଶ୍ରମିକ କୃଷ୍ଣ ବେହେରା ଓ ସୁଦର୍ଶନ ବଡ଼ରଇତକୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଯାଇଥିଲା। ଘଟଣା ସମ୍ପର୍କରେ ପୋଲିସ ଜାଣିଥିଲେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପାରିନଥିଲେ।
ପଥର ତଳେ ଚାପି ହୋଇ ଦୁଇ ମୃତ, ଦୁଇ ଆହତ
You Might Also Like
- Advertisement -

Comment