ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ ଘଟଣା, ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ବର: ଶେଷରେ କନ୍ଧମାଳ ଜିଲ୍ଲାରେ ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରିବା ଘଟଣାର ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏ ନେଇ ଆଜି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ତେବେ ଏ ନେଇ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ଏସଓପି ନିର୍ଦ୍ଧାରିତ ହେବ।

କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି ବ୍ଲକ ଅଧିନସ୍ଥ ଗଦାପୁର ଗାଁର ଦୁଇ ଜଣ ଆମ୍ବଟାକୁଆ ଖାଇ ମୃତ୍ୟବରଣ କରିଥିବାର ଅଭିଯୋଗ ହୋଇଛି। ଏଥସହିତ ଏହି ଅଖାଦ୍ୟ ଖାଇ ଅନେକ ଅସୁସ୍ଥ ହୋଇଥିବାର ଖବର ପ୍ରକାଶିତ ହୋଇଛି।

ଏହି ଘଟଣା ପରେ ଶାସକ ବିରୋଧୀ ମୁହାଁମୁହିଁ ହୋଇପଡିଛନ୍ତି। ଏ ନେଇ କଂଗ୍ରେସ ରାଜ୍ୟପାଳ ହସ୍ତକ୍ଷେପ କରିବା ପାଇଁ ତାଙ୍କୁ ସାକ୍ଷାତ କରିଛନ୍ତି। ବିଭିନ୍ନ ସ୍ତରରେ ବିରୋଧ ପରେ ଆଜି ମୁଖ୍ୟମନ୍ତ୍ରୀ ଏହାର ଆରଡିସି ତଦନ୍ତ ଘୋଷଣା କରିଛନ୍ତି।

Share This Article