ଲାଇଟ ଓ ସାଉଣ୍ଡ ମାଲିକ ଏବଂ ଅପରେଟଙ୍କ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦାବିପତ୍ର

Odisha Hot News
1 Min Read

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଲାଇଟ ଏଣ୍ଡ ସାଉଣ୍ଡର ମାଲିକ ଓ ଅପରେଟର ମାନେ ବୁଧବାର ନିଜ ପେଟପାଟଣାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ୱାରସ୍ଥ ହୋଇଛନ୍ତି। ନିଜେ ବଂଚିବା ସହିତ ନିଜ ବ୍ୟବସାୟ କୁ ବଞ୍ଚାଇବା ନିମନ୍ତେ ବିଭିନ୍ନ ବ୍ୟାଙ୍କରୁ ଋଣ ଏବଂ ହାତ କରଜ ଆଣି ନିଜ ନିଜ ବ୍ୟବସାୟୀ ଆରମ୍ଭ କରିଥିଲେ,ମାତ୍ର ଶେଷରେ ସେମାନଙ୍କ ବ୍ୟବସାୟୀ କରିବା ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ କଟକଣା କରାଯାଉଛି, ଯାହାଫଳ ରେ ସେମାନେ ଜୀବିକା ହରାଇବାର ସମ୍ଭାବନା ରହିଛି। ଏଣୁ ସେମାନଙ୍କ ସମସ୍ୟା ଗୁଡିକ ସମାଧାନ କରିବା ନିମନ୍ତେ ଲାଇଣ୍ଡ ଏଣ୍ଡ ସାଉଣ୍ଡ ମାଲିକ ଓ ଅପରେଟ ମାନେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ଭେଟି ଅନୁରୋଧ କରିଛନ୍ତି।

ଜନସାଧାରଣଙ୍କ ଅସୁବିଧାକୁ ଏଡ଼ାଇବା ପାଇଁ ସାଉଣ୍ଡ ସିଷ୍ଟମକୁ କମ୍ ପରିମାଣରେ ପରିଚାଳନା କରିବାକୁ ମଧ୍ୟ ସେମାନେ କହିଛନ୍ତି। ଏହି ଦ୍ୱାରା ସ୍ଥାନୀୟ ବାସିନ୍ଦା ମାନଙ୍କ କୋଣସି ଅସୁବିଧା ହେବନି, ଯାହାଫଳ ରେ ସେମାନଙ୍କ ଜୀବିକା ନିର୍ବାହ କରିବାରେ ମଧ୍ୟ ସହାଯ଼କ ହେବ ବୋଲି ଛତ୍ରପୁର ଏବଂ ଆଖପାଖ ଅଞ୍ଚଳର ଲାଇଟ ଓ ସାଉଣ୍ଡ ମାଲିକ ଏବଂ ଅପରେଟରମାନେ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ପାଖାପାଖି ୨୩୫ ଜଣ ସାଉଣ୍ଡ ବ୍ୟବସାୟୀ ରହିଛନ୍ତି, ଯେଉଁମାନେ ସାମୂହିକ ଭାବେ ପାଖାପାଖି ୮୦୦ ଜଣ ପରିବାର ସଦସ୍ୟ ଙ୍କ ଜୀବିକା ନିର୍ବାହରେ ସହାୟତା କରୁଛନ୍ତି। ତାହା ବି ବର୍ଷ କୁ ଚାରି ମାସ ସିଜେନ ଅନୁସାରେ ବ୍ୟବସାୟୀ କରିବାକୁ ପଡୁଛି, ଆଗାମୀ ଦିନ ରେ ସିଜେନ ଆସୁଛି ଏଣୁ ସେମାନଂକୁ ପ୍ରଶାସନିକ ନିୟମ ଅନୁସାରେ ଅନୁମତି ଦେଇ ସେମାନଙ୍କ ସମସ୍ୟା ର ସମାଧାନ କରିବା ନିମନ୍ତେ ଏକ ଲିଖିତ ଅନୁରୋଧ ମାଧ୍ୟମରେ ଦର୍ଶାଇଛନ୍ତି।

Share This Article