ସତ୍ୟ ଓ ନିର୍ଭିକ ସମ୍ବାଦ ପରିବେଷଣ କରିବାକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆହ୍ବାନ ଦେଲେ ରାଜସ୍ବ ମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ବର: ଗଣତନ୍ତ୍ରରେ ସାମ୍ବାଦିକମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ସତ୍ୟ ଓ ନିର୍ଭିକ ସମ୍ବାଦ ପରିବେଷଣ କରି ସମାଜକୁ ସଶକ୍ତ କରିବା ଲାଗି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆହ୍ବାନ ଦେଇଛନ୍ତି। ଭୁବନେଶ୍ବର ଜୟଦେବ ଭବନଠାରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଆୟୋଜିତ ଜାତୀୟ ପ୍ରେସ ଦିବସ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସେ କହିଛନ୍ତି, ଗଣମାଧ୍ୟମ ଯେତେ ନିରପେକ୍ଷ ହେବ ରାଷ୍ଟ୍ର ସେତିକି ଶକ୍ତିଶାଳୀ ହେବା ସହ ପ୍ରଗତି କ୍ଷେତ୍ରରେ ଆଗକୁ ବଢି ଚାଲିବ।

ବୋର୍ଡର ସଭାପତି ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବରିଷ୍ଠ ସାମ୍ବାଦିକ ତଥା ରାଜନେତା ସୌମ୍ୟରଂଜନ ପଟ୍ଟନାୟକ ସାମ୍ବାଦିକତାର ସାଂପ୍ରତିକ ଅଗ୍ରଗତି ଓ ପରିବର୍ତ୍ତନ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏଥିରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ମହାନ୍ତି, ବିଭୂତି ଭୂଷଣ କର, ସୁଧୀର ପଣ୍ଡା, ସନ୍ଦୀପ ସାହୁ, ରମେଶ ମହାନ୍ତି, କଲ୍ୟାଣ ବୋର୍ଡର ଉପସଭାପତି ପ୍ରଦ୍ୟୁମ୍ନ ମହାନ୍ତି ଓ ସାଧାରଣ ସମ୍ପାଦକ ସନତ ମିଶ୍ର ପ୍ରମୁଖ ଯୋଗଦେଇଥିଲେ।

Share This Article