ଆସନ୍ତାକାଲି ପାଳନ ହୋଇପାରିବ ନାହିଁ ଛାଡଖାଇ, ଆଇଁଷିଆଙ୍କ ମନ ଦୁଃଖ

Odisha Hot News
1 Min Read

ଭୁବନେଶ୍ବର: ସାଧାରଣତଃ କାର୍ତ୍ତିକ ପୂର୍ଣ୍ଣିମା ପରେ ପାଳନ ହୋଇଥାଏ ଛାଡଖାଇ। ଅର୍ଥାତ ମାସ ସାରା ଆମିଷ ପରିତ୍ୟାଗ କରି ହବିଷ କରିଥିବା ଲୋକମାନେଏହିଦିନ ଆମିଷ ଖାଇଥାନ୍ତି। ହେଲେ ଏଥର ସେହି ଛାଡଖାଇ କାର୍ତ୍ତିକ ପୂର୍ଣ୍ଣିମା ପରେ ଆର୍ଥାତ ଶନିବାର ଦିନ ପାଳନ ହୋଇପାରିବ ନାହିଁ। କାରଣ ହେଲା ଯେ, ପୂର୍ଣ୍ଣିମା ପରଦିନ ଏଥର ସଂକ୍ରାନ୍ତି ପଡୁଛି। ଫଳରେ ଛାଡଖାଇରେ ଯେଉଁ ମର୍ଟନ ଚିକେନ ଆଶା ଥିଲା ତାହା ଏଥର ହୋଇପାରିବ ନାହିଁ।

ସାଧାରଣତଃ କାର୍ତ୍ତିକ ପୂର୍ଣ୍ଣିମୀ ପରଦିନ ପଡୁଥିବା ଛାଡଖାଇ କେତେବେଳି କେମିତି ନିରାମୀ ବାରରେ ପଡିଥାଏ। ଅର୍ଥାତ କେଉଁ ବର୍ଷ ସୋମବାର କିମ୍ବା ମଙ୍ଗଳବାର ପରି ନିରାମି ବାରରେ ପଡେ। ହେଲେ ମାସସାରା ଆମିଷ ନ ଖାଇ ଥିବା ଲୋକେ କେତେବେଳେ କେମିତି ଏହି ଅବାରରେ ମଧ୍ୟ ଖାଇ ଦେଇଥାନ୍ତି। ହେଲେ ଚଳିତ ବର୍ଷ ଶନିବାର ସହିତ ସଂକ୍ରାନ୍ତି ପଡୁଥିବାରୁ ଆମିଷ ପୁରା ନିଷେଧ ହୋଇଯାଇଛି। ଯାହାକୁ ନେଇ ଅନେକଙ୍କ ମନଦୁଃଖ ହୋଇପଡିଛି।

Share This Article