ନୟାଗଡ଼ ଜିଲ୍ଲା କାରାଗାର ଅନ୍ତେବାସୀଙ୍କୁ ବିଭିନ୍ନ ଦକ୍ଷତା କୌଶଳ ତାଲିମ ପ୍ରଦାନ 

Odisha Hot News
1 Min Read

ନୟାଗଡ଼: ଜିଲ୍ଲା କାରାଗାର ନୟାଗଡ଼ ଠାରେ ଜେଲ ଅନ୍ତେବାସୀମାନଙ୍କ ପାଇଁ ଏକ ବିଶେଷ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଏସ. ସୁଶ୍ରୀ ଉଦ୍‌ଘାଟନ କରିଥିଲେ।

ଏହି ଅବସରରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଦୁର୍ଗା ଚରଣ ଦାସ, ଜିଲ୍ଲା କାରାଗାରର ଅଧୀକ୍ଷକ ପ୍ରଫୁଲ୍ଲ କୁମାର କବି,ନୟାଗଡ଼ ସରକାରୀ ତାଲିମ ପ୍ରତିଷ୍ଠାନ ଅଧ୍ୟକ୍ଷ କାନ୍ତି ରଞ୍ଜନ ସାହୁ ଏବଂ ସି.ପି.ଆଇ.ଟି. ସଂସ୍କାର ଓଡ଼ିଶା ମୁଖ୍ୟ ଅନିକେତ୍ ଦାଶ ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ। ଜିଲ୍ଲା କାରାଗାର ନୟାଗଡ଼ର ୬୦ଜଣ ଅନ୍ତେବାସୀଙ୍କୁ ଇଲେକ୍ଟ୍ରିକାଲ ଟେକ୍‌ନିସିଆନ ଏବଂ ଏଲ.ଇ.ଡି. ଲାଇଟ୍ ଟେକ୍‌ନିସିଆନ ବିଭାଗରେ ପ୍ରଶିକ୍ଷଣ ପ୍ରଦାନ କରାଯିବ।

ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ଅନ୍ୟାନ୍ୟ ଉପସ୍ଥିତ ଅଧିକାରୀମାନେ ଅନ୍ତେବାସୀମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ଉପାଦେୟତା ବିଷୟରେ ଆଲୋକପାତ କରିଥିଲେ।

Share This Article