ବେଦାନ୍ତ ବିଶ୍ବବିଦ୍ୟାଳୟ ପାଇଁ ଅଧିଗୃହୀତ ସରକାରୀ ଜମି ସରକାରୀ ଖାତାକୁ ଫେରିବ: ପୁରୀ ଜିଲ୍ଲାପାଳ

Odisha Hot News
1 Min Read

ପୁରୀ: ପୁରୀରେ ବେଦାନ୍ତ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅଧିଗ୍ରହଣ କରାଯାଇଥିବା ଜମି ଫେରସ୍ତ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଅଧିଗୃହୀତ ସମସ୍ତ ସରକାରୀ ଜମି ସରକାରୀ ଖାତାକୁ ଶୀଘ୍ର ଫେରିବ ବୋଲି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବେଦାନ୍ତ ପାଇଁ ଅଧିଗ୍ରହଣ କରାଯାଇଥିବା ଚାଷ ଜମିକୁ ମଧ୍ୟ ଚାଷୀମାନଙ୍କୁ ଫେରାଇ ଦିଆଯିବ। ଏଥିପାଇଁ ସେମାନଙ୍କୁ ରେଜିଷ୍ଟ୍ରେସନ ଫି ଦେବାକୁ ପଡିବ ନାହିଁ।

ତେବେ ଜମି ପ୍ରତିବଦଳରେ ନେଇଥିବା କ୍ଷତିପୁରଣ ରାଶି ସେମାନଙ୍କୁ ଫେରାଇବାକୁ ପଡିବ। ରେକର୍ଡ ସଂଶୋଧନ କରାଯାଇ ଚାଷୀଙ୍କୁ ପୁନର୍ବାର ପଟ୍ଟା ସହ ଜମିର ଦଖଲ ଦିଆଯିବ। ଦିନେ ଦୁଇଦିନ ମଧ୍ୟରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଅନିଲ ଅଗ୍ରୱାଲ ଫାଉଣ୍ଡେସନ ପାଇଁ ସରକାର ମୋଟ ୩ ହଜାର ୩୪୨ ଦଶମିକ ୫୩ ଏକର ଘରୋଇ ଜମି ଅଧିଗ୍ରହଣ କରିଥିଲେ। ବେଦାନ୍ତକୁ ଲିଜ ଦିଆଯାଇଥିବା ୪୯୪ ଦଶମିକ ୯୮ ଏକର ସରକାରୀ ଜମି ପୁଣି ସରକାରୀ ଖାତାକୁ ଫେରାଇ ଅଣାଯିବ। ପାଖାପାଖି ୬ ହଜାର ଚାଷୀ ସେମାନଙ୍କ ଜମି ଫେରସ୍ତ ପାଇବେ ବୋଲି ଜିଲ୍ଲାପାଳ କହିଛନ୍ତି।

Share This Article