କୁମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ବହୁ ବିସ୍ଫୋରକ ସାମଗ୍ରୀ ଜବତ 

Odisha Hot News
1 Min Read

ଭୁବନେଶ୍ଵର: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ଯନ୍ତ୍ରୀ ବିଏସଏଫ କ୍ୟାମ୍ପର ବିଏସଏଫ ଯବାନ ଓ ସ୍ପେଶାଲ ଅପରେସନ ଟିମ ପକ୍ଷରୁ କୁମ୍ବିଂ ଅପରେସନ ବେଳେ ଗତକାଲି ଆରଲୀପଡ଼ା ଓ ତାବେର ଗ୍ରାମ ରାସ୍ତାରେ ମାଓବାଦୀଙ୍କ ବହୁ ବିସ୍ଫୋରକ ସାମଗ୍ରୀ ଓ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି। ଗତ କିଛି ଦିନ ତଳେ ବିଏସଏଫ ର ରାୟପୁରସ୍ଥିତ ସ୍ୱତନ୍ତ୍ର ମହାନିର୍ଦେଶକ, ଓଡିଶା ବିଏସଏଫ ଆଇ. ଜି ଏବଂ ପୋଲିସ ମହାନିର୍ଦେଶକଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିଏସଏଫ ପକ୍ଷରୁ ଜିଲ୍ଲାର ବିଭିନ୍ନ ମାଓ ଉପଦ୍ରୁତ ଅଞ୍ଚଳରେ କୂମ୍ବିଂ ଅପରେସନ ଆରମ୍ଭ କରାଯାଇଥିଲା।

ଏହି ଅପରେସନ ବେଳେ ଆରଲୀପଡ଼ା ଓ ତାବେର ଗ୍ରାମ ରାସ୍ତାରେ ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ୫୬ ଟି ଜିଲେଟିନ ଷ୍ଟିକ, ୧୩ ଟି ଇଲେକ୍ଟ୍ରିକ ଡେଟୋନେଟର, ୩୦ ମିଟର କଡେ଼କ୍ସ ତାର, ୩୦ ମିଟର ଇଲେକ୍ଟ୍ରିକ ତାର, ଗୋଟିଏ ବ୍ୟାଟେରୀ, ଗୋଟିଏ ସିଡି, ୭ ଟି ମାଓବାଦୀଙ୍କ ପୁସ୍ତିକା ସମେତ ମୋଟ ୧୦ ପ୍ରକାରର ସାମଗ୍ରୀ ଜବତ କରାଯାଇଛି। ଏହାଦ୍ୱାରା ମାଓବାଦୀଙ୍କ ସମର୍ଥକଙ୍କ ମନୋବଳ ଭାଙ୍ଗିଥିବା ସହ ସଂପୃକ୍ତ ଅଂଚଳରେ ତଲାସୀ ଅଭିଯାନ ଜାରୀ ରହିଥିବା ବିଏସଏଫର ସେକ୍ଟର ହେଡକ୍ୱାଟର ପକ୍ଷରୁ ପ୍ରେସ ଇସ୍ତାହାରରେ ସୂଚନା ଦିଆଯାଇଛି।

Share This Article