ବ୍ରହ୍ମପୁର ମହାନଗର ପୁସ୍ତକ ମେଳା ଉଦଯ୍ୟାପିତ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରେଶମ ନଗରୀ ବ୍ରହ୍ମପୁର ସହରରେ ଦୀର୍ଘ ୧୦ ଦିନ ଧରି ଚାଲିଥିବା ୧୧ ତମ ମହାନଗର ପୁସ୍ତକ ମେଳା ଉଦଯାପିତ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୁର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ, ସମ୍ମାନୀତ ଅତିଥି ଭାବେ ପୁର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟନାୟକ, ବିକ୍ରମ ପଣ୍ଡା ଓ ଏସ୍ ଏମ୍ ଆଇ ଟି ଅଧ୍ୟକ୍ଷ ଭଗବାନ ଗନ୍ତାୟତ, ମୁଖ୍ୟ ବକ୍ତା ଭାବେ ପ୍ରଫେସର ରାଜେନ୍ଦ୍ର ବେହେରା ଓ ସୁବାଷ ମହାରଣା ଯୋଗ ପୁସ୍ତକ ମୁଲ୍ୟବୋଧର ବିବରଣୀ ଉଲ୍ଲେଖ କରିଥିଲେ। ଆଗାମୀ ଦିନରେ ମହାନଗର ପୁସ୍ତକ ମେଳା କମିଟି ର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ଉଦଯାପନ ଦିବସରେ ଗଞ୍ଜାମ କଳା ପରିଷଦ ଅନୁଷ୍ଠାନ ତରଫରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ପୁସ୍ତକ ମେଳାର ସଭାପତି କବି ସୁଶାନ୍ତ ଦାସ ଅଧ୍ୟକ୍ଷତା କରିଥିଲେ ଓ ଦୀପ୍ତିମିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପୁସ୍ତକ ମେଳା କମିଟି ସଦସ୍ୟ ଯଥା ନୀହାର ଦାସ, ଅନୀଲ କୁମାର ପାତ୍ର, ସୁନୀଲ କୁମାର ପ୍ରଧାନ, ପ୍ରଫୁଲ୍ଲ କୁମାର ଦାଶ,ସୁଧାଞଳି ମିଶ୍ର, ବାଲ୍ମୀକି ମହାପାତ୍ର, ସତ୍ୟମ୍ ଆଚାରୀ ଓ ଅଜିତ ସାବତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Share This Article