ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ବଲାଙ୍ଗୀର ଗସ୍ତ

Odisha Hot News
1 Min Read

ବଲାଙ୍ଗୀର: କୃଷି ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ବଲାଙ୍ଗୀର ଗସ୍ତରେ ଆସି କଣ୍ଟାବାଞ୍ଜି ଠାରେ ଗୋପାଷ୍ଟମୀ ଉପଲକ୍ଷେ ଗୋପାଳ ଗୋଶାଳା ଠାରେ ଯୋଗଦେଇ ବର୍ତ୍ତମାନ ଯୁଗରେ ଗୋପାଳନ ନିତାନ୍ତ ଆବଶ୍ୟକ ଗୋମାତା ସେବା କରିବା ଦ୍ୱାରା ନିଜକୁ ଶାନ୍ତି ମିଳିଥାଏ। ପରେ ଗାଈକୁ ଘାସ ଖାଇବାକୁ ଦେଇଥିଲେ।

ଅନ୍ୟପକ୍ଷରେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ, ବଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଯୋଗ ଦେଇଥିଲେ। ପରେ କଣ୍ଟାବାଞ୍ଜି ଆରଏମସିଠାରେ ଏକ ଆଳୁ ମିଶନ ସରକାରୀ ଚାଷୀଙ୍କୁ ଆଳୁ ମଞ୍ଜି ବଣ୍ଟନ କରିଥିଲେ। ଏବଂ ଓଡିଶାରେ ଆଳୁ ମିଶନ ଦ୍ୱାରା ଓଡିଶାରେ ଖାଉଟିଙ୍କ ପାଇଁ ଆଳୁ ସମସ୍ୟା ଦୂର କରାଯାଇ ପାରିବ ଓ ଚାଷୀ ମାନେ ମଧ୍ୟ୍ୟ ସ୍ୱାବଲମ୍ବୀ ହୋଇପାରିବେ ବୋଲି ବକ୍ତ୍ୟବ୍ୟ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ନିଖିଳ କୁମାର ଡାଇରେକ୍ଟର ଉଦ୍ୟାନ ବିଭାଗ ଓଡିଶା, ହିରସିକେଶ ଖିଲାରୀ ଏସ ପି ବଲାଙ୍ଗୀର, ଉପଜ଼ିଲ୍ଲାପାଳ ଟିଟିଲାଗଡ଼, DDH ବଲାଙ୍ଗୀର ପ୍ରମୁଖ ଯୋଗ ଦେଇ ଥିଲେ।

Share This Article