ଗଡିଲା ବାରିପଦାରୁ ଭୁବନେଶ୍ବର ଜଗନ୍ନାଥ ଏକ୍ସପ୍ରେସ ବସ, ଜାଣନ୍ତୁ କେଉଁଠି କେତେବେଳେ ରହଣି

Odisha Hot News
1 Min Read

ଭୁବନେଶ୍ବର: ବିଭିନ୍ନ ସ୍ଥାନରୁ ହାଇଟେକ ବସ ସେବା ଯୋଗାଉଥିବା ଓଡିଶା ରାଜ୍ୟ ପରିବହନ ନିଗମ ନୂଆ ନୂଆ ରୁଟ ଯୋଡିବାରେ ଲାଗିଛି। ରାଜ୍ୟ ଓ ରାଜ୍ୟ ବାହାରକୁ ଯାତ୍ରୀମାନଙ୍କୁ ସୁଲଭ ଦରରେ ହାଇଟେକ ସୁବିଧା ଯାତ୍ରାର ବ୍ୟବସ୍ଥା କରିବାରେ ଲାଗିଛି।

ସେହି ଅନୁସାରେ ଏକ ଚାହିଦା ଥିବା ରୁଟ ହେଉଛି ବାରିପଦାରୁ ଭୁବନେଶ୍ବର। ତେବେ ଏହି ବସ କେତେବେଳେ ବାହାରୁଛି ଏବଂ କେଉଁଠି କେତେବେଳେ ରହଣି ଅଛି ତାହା ଜାଣିବା ନିହାତି ଆବଶ୍ୟକ।

ବାରିପଦାରୁ ଭୁବନେଶ୍ୱରକୁ ସଂଯୋଗ କରୁଥିବା ଓଏସ୍ଆରଟିସିର ସୁପର୍ ପ୍ରିମିୟମ୍ ଭଲଭୋ ବସରେ ଯେଉଁମାନେ ଯାତ୍ରା କରିବେ ସେମାନେ ଓଏସ୍ଆରଟିସି ୱେବସାଇଟ୍, ମୋବାଇଲ ଆପ୍ , କିମ୍ୱା ଟିକେଟ୍ କାଉଣ୍ଟରରେ ଟିକେଟ ବୁକ କରିପାରିବ।

Share This Article