ସୁଭଦ୍ରା ଟଙ୍କା କେବେ ମିଳିବ ଘୋଷଣା ହେଲା ତାରିଖ, ମୋବାଇଲକୁ ଯିବ ମେସେଜ

Odisha Hot News
1 Min Read

ଭୁବନେଶ୍ବର: ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ପଠାଯିବ। ସେ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଏହି ଟଙ୍କା ଆସନ୍ତା ୨୪ ତାରିଖରେ ପ୍ରଦାନ କରାଯିବ ବୋଲି କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ ଲଣ୍ଡନ ଗସ୍ତ ଶେଷ କରି ଆଜି ଭୁବନେଶ୍ବରରେ ପହଞ୍ଚ ଏହି ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ, ଏହି ତୃତୀୟ ପର୍ଯ୍ୟାୟରେ ପ୍ରାୟ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ସେଠାକେ ଏହି ଟଙ୍କା ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

ସେ କହିଛନ୍ତି, ବିଭିନ୍ନ କାରଣରୁ ୨ ଲକ୍ଷ ୬୭ ହଜାର ଆବେଦନ ଖାରଜ ହୋଇ ଯାଇସାରି ଥିବା ବେଳେ ବ୍ଲକ ସ୍ତରରେ ଖାରଜ ତାଲିକା ପ୍ରସ୍ତୁତ ହୋଇଛି। ଏହା ମଧ୍ୟରେ ବ୍ୟାଙ୍କ, ଆଧାର କାର୍ଡରେ ଥିବା ତ୍ରୁଟି ସଂଶୋଧନ କରି ନେଲେ ସେମାନଙ୍କୁ ଏହି ପର୍ଯ୍ୟାୟରେ ସାମିଲ କରାଯିବ । ନଚେତ ବାଦ ପଡ଼ିଥିବା ମହିଳାମାନଙ୍କୁ ଆସନ୍ତା ପର୍ଯ୍ୟାୟରେ ସାମିଲ କରିବାକୁ ଟାର୍ଗେଟ ରଖାଯାଇଛି ବୋଲି ପ୍ରଭାତୀ କହିଛନ୍ତି।

Share This Article