ରାଜ୍ୟ ବରିଷ୍ଠ ନାଗରିକ ନୀତିରେ ହେବ ସଂଶୋଧନ 

Odisha Hot News
1 Min Read

ଭୁବନେଶ୍ୱର: ରାଜ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ଥିବା ରାଜ୍ୟ ବରିଷ୍ଠ ନାଗରିକ ନୀତି, ୨୦୧୬ରେ ସଂଶୋଧନ କରାଯିବ। ଏନେଇ ରାଜ୍ୟ ସରକାର ବିଚାର କରୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଆସନ୍ତା ୨୦୩୬ ମସିହା ବେଳକୁ ସମଗ୍ର ଦେଶ ସହ ରାଜ୍ୟରେ ବରିଷ୍ଠ ନାଗରିକ(୬୦ ବର୍ଷରୁ ଉର୍ଦ୍ଧ୍ୱ)ଙ୍କ ସଂଖ୍ୟା ବହୁକାଂଶରେ ବୃଦ୍ଧି ପାଇଥିବ। ତେଣୁ ବରିଷ୍ଠ ନାଗରିକଙ୍କ ବହୁବିଧ ଉନ୍ନତି ତଥା ସେମାନଙ୍କ ପାଇଁ ମଙ୍ଗଳ ପାଇଁ ପୂର୍ବ ଯୋଜନା ସହ ଆଉ କିଛ ନୂଆ ଯୋଜନା, କାର୍ଯ୍ୟକ୍ରମ ପ୍ରଣୟନ କରିବାକୁ ରାଜ୍ୟ ସରକାର ବିଚାର କରୁଛନ୍ତି। ଯଦିଏ ଏନେଇ ପୂର୍ବରୁ ରାଜ୍ୟ ବରିଷ୍ଠ ନାଗରିକ ନୀତି, ୨୦୧୬ ରହିଛି, ତେବେ ବର୍ତ୍ତମାନ ତଥା ଭବିଷ୍ୟତ ଦୃଷ୍ଟିକୋଣରୁ ଏଥିରେ ଏକାଧିକ ସଂଶୋଧନର ଆବଶ୍ୟକତା ଥିବା ନେଇ ରାଜ୍ୟ ସାମାଜିକ ସଶକ୍ତିକରଣ ବିଭାଗ ବିଚାର କରୁଛି।

ଏହିକ୍ରମରେ ବିଭାଗ ପକ୍ଷରୁ ୧୧ଟି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ ତଥା କମିଶନର ଓ ସଚିବଙ୍କୁ ଚିଠି ଲେଖାଯାଇଥିବା ଜଣାପଡ଼ିଛି। ଉପରୋକ୍ତ ବିଭାଗ ଅଧିନରେ ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ଯୋଜନା ଓ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ରିପୋର୍ଟ ମଗାଯାଇଛି। ରିପୋର୍ଟ ହସ୍ତଗତ ହେବା ପରେ ବିଭାଗ ପକ୍ଷରୁ ଏହାର ଅନୁଧ୍ୟାନ କରାଯିବ।

ଏହାପରେ ପୂର୍ବରୁ ଥିବା ନୀତିରେ ଆବଶ୍ୟକୀୟ ସଂଶୋଧନ ସହ ବରିଷ୍ଠ ନାଗରିକଙ୍କ ପାଇଁ ଏକାଧିକ ନୂଆ ଯୋଜନା ପ୍ରଣୟନ ହୋଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

Share This Article