ଖୋର୍ଦ୍ଧା ବିଜେପିର ସଂଗଠନ ପର୍ବ ଓ ଜିଲ୍ଲା କର୍ମଶାଳା

Odisha Hot News
1 Min Read

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ବିଜେପିର ସଂଗଠନ ପର୍ବ ଓ ଜିଲ୍ଲା କର୍ମଶାଳା ଜୟୀ ରାଜଗୁରୁ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି। ବିଜେପି ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅତିଥି ରୂପେ ଉକ୍ତ କର୍ମଶାଳାରେ ପୂର୍ତ୍ତ, ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟ ଉପ ନିର୍ବାଚନ ଅଧିକାରୀ ସୁକେଶି ଓରାମ, ବିଜେପି ଖୋର୍ଦ୍ଧା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ପୂର୍ବତନ ମନ୍ତ୍ରୀ ସମୀର ଦାସ, ରାଜ୍ୟ ସଂଗଠକ ଗୋଲଖ ବିହାରୀ ମହାପାତ୍ର, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ଭାଜପା ମୁଖପାତ୍ର ସୁଦୀପ୍ତ ରାୟ, ଜଟଣୀ ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ବଡ଼ଜେନା, ବେଗୁନିଆ ବିଧାୟକ ପ୍ରାର୍ଥୀ ପ୍ରକାଶ ରଣବିଜୁଳି, ଜୟଦେବ ବିଧାୟକ ପ୍ରାର୍ଥୀ ଅରବିନ୍ଦ ଢ଼ାଲି, ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ ପ୍ରମୁଖ ଯୋଗ ଦେଇଥିଲା ବେଳେ ଜିଲ୍ଲାରେ ଦଳକୁ କିଭଳି ମଜବୁତ କରାଯିବ, ଦଳରେ ସକ୍ରିୟ ସଭ୍ୟ ଗ୍ରହଣ ଏବଂ ଯେଉଁମାନେ ବିଜେପି ରେ ସାମିଲ ହେବାକୁ ଚାହୁଁଛନ୍ତି ସେମାନଙ୍କୁ ସମ୍ମାନର ସହିତ ଦଳକୁ ସ୍ୱାଗତ କରାଯିବ ତାହା ଉପରେ ଆଲୋଚନା ହୋଇଥିଲା।

ଉକ୍ତ କର୍ମଶାଳାରେ ଜିଲ୍ଲାର ୫୦୦ ରୁ ଉର୍ଦ୍ଧ୍ବ ସକ୍ରିୟ କର୍ମୀ ଯୋଗ ଦେଇଥିବାବେଳେ ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ଏବଂ ତାହାର ସମାଧାନ ଉପରେ ଦଳର ନେତୃତ୍ୱ ଙ୍କୁ କହିଥିଲେ।

Share This Article