ଭୁବନେଶ୍ୱର – ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍) ଅଧିକାରୀ ସଞ୍ଜୟ ସିଂଙ୍କୁ ଶୁକ୍ରବାର ରାଜ୍ୟ ସରକାର ସୂଚନା ଓ ଲୋକସମ୍ପର୍କ ସଚିବ ଭାବେ ନିଯୁକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ସାଧାରଣ ପ୍ରଶାସନ ବିଭାଗରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସଞ୍ଜୟ ପୂର୍ବପରି ଇଡ୍କୋ ସିଏମ୍ଡି ଓ ବୈଷୟିକ ବିଭାଗ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ପୂର୍ବରୁ ଶକ୍ତି ସଚିବ ହେମନ୍ତ ଶର୍ମା ଅତିରିକ୍ତ ଭାବେ ଏହି ଦାୟିତ୍ୱ ତୁଲାଇ ଆସୁଥିଲେ।
ଏତଦ୍ବ୍ୟତୀତ ବିଭାଗୀୟ ପଦୋନ୍ନତି କମିଟି ବୈଠକରୁ ମିଳିଥିବା ସୂଚନାନୁଯାୟୀ, ୧୯୯୪, ୨୦୦୩ ଏବଂ ୨୦୦୬ ବ୍ୟାଚ୍ର ଅଫିସରମାନଙ୍କୁ ପଦୋନ୍ନତି ମିଳିବ। ସେହିପରି ଗତ ନଭେମ୍ବରରେ ୩ ଆଇଏଏସ୍ ଅଧିକାରୀ ସରକାରୀ ଚାକିରିରୁ ଅବସର ନେଇଛନ୍ତି। ସେମାନେ ହେଉଛନ୍ତି ଆର୍. ବାଲ୍କ୍ରିଷ୍ଣନ, ସଂଗ୍ରାମ କେଶରୀ ମିଶ୍ର ଓ ବିପିନ୍ ସକ୍ସେନା। ଆସନ୍ତା ମାର୍ଚ୍ଚ ୨୦୧୯ରେ ମୁଖ୍ୟ ଆବାସିକ କମିଶନର ଭାବେ ଅବସ୍ଥାପିତ ଥିବା ସୁନୀଲ ଭାର୍ଗବ ମଧ୍ୟ ଅବସର ନେଉଛନ୍ତି। ତେଣୁ ମୁଖ୍ୟ ଶାସନ ସଚିବ ପାହ୍ୟାରେ ପଦୋନ୍ନତି ନେଇ ମଧ୍ୟ ପ୍ରଶାସନିକ ବିଚାରବିମର୍ଶ ଆରମ୍ଭ ହୋଇଛି। ରାଜ୍ୟ ସରକାର ଖାଲି ଥିବା ମୁଖ୍ୟ ଶାସନ ସଚିବ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବେ। ନିର୍ବାଚନ ବର୍ଷ ହେଉଥିବାରୁ ନିକଟ ଭବିଷ୍ୟତରେ ଏହା ହେବାର ସମ୍ଭାବନା ରହିଛି। ଉକ୍ତ ପଦବୀ ପାଇଁ ୨ ଅଫିସରଙ୍କ ନାଁ ଚର୍ଚ୍ଚା ହେଉଛି। ସେମାନେ ହେଉଛନ୍ତି ଇ ଆଣ୍ଡ ଆଇଟି ବିଭାଗ ପ୍ରମୁଖ ଶାସନ ସଚିବ ସି.ଜେ. ବେଣୁଗୋପାଳ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.