କଟକର ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ୬ ଜଣଙ୍କୁ ଗିରଫ କଲା ପୋଲିସ

Odisha Hot News
1 Min Read

କଟକ: ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ବ୍ଲାକମେଲିଂ କରିବା ଅଭିଯୋଗ ପରେ ୬ ଜଣ ଅଭିଯୁକ୍ତଙ୍କୁ କଟକ ପୋଲିସ ଗରିଫ କରିଛି। ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଅଭିଯୁକ୍ତମାନେ ହେଲେ ଝାଞ୍ଜିରିମଙ୍ଗଳା ଅଞ୍ଚଳର ୩ ଜଣ, ବାରଙ୍ଗ ଅଞ୍ଚଳର ଜଣେ କାଫେ ମାଲିକ ତଥା ଭଗବତପୁର ଅଞ୍ଚଳର ଅଭିଯୁକ୍ତ ସହ ଖୋର୍ଦ୍ଧା ନୟାଗଡ଼ ଅଞ୍ଚଳର ଜଣେ ଜଣେ ଅଛନ୍ତି।

ଅଭିଯୋଗ ଅନୁସାରେ କଟକର ଜଣେ କଲେଜ ଛାତ୍ରୀ ତାଙ୍କର ବଏ ଫ୍ରେଣ୍ଡଙ୍କ ସହ ପୁରୀଘାଟ ଥାନା ଅଞ୍ଚଳର ଏକ କାଫେରେ ଜନ୍ମଦିନ ପାଳନ କରିଥିଲେ। ସେଠାରେ ଛାତ୍ରୀଙ୍କ ଅଜାଣତରେ ସାଙ୍ଗମାନେ ତାଙ୍କର ଅଶ୍ଲିଳ ଫଟୋ ଉଠାଇଥିଲେ। ଏଥିରେ ସହଯୋଗ କରିଥିଲେ ଭରତପୁର ଅଞ୍ଚଳରେ ରହୁଥିବା କାଫେ ମାଲିକ। ଏହାପରେ ଛାତ୍ରୀଙ୍କୁ ବାରଙ୍ଗ ଅଞ୍ଚଳର ଏକ ଘରକୁ ଡାକି ନେଇ ଗଣ ଦୁଷ୍କର୍ମ କରିଥିଲେ।

Share This Article