ଲଣ୍ଡନରେ ଆନ୍ତର୍ଜାତୀୟ ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତିଙ୍କୁ ସାକ୍ଷାତ କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

Odisha Hot News
1 Min Read

ଭୁବନେଶ୍ୱର: ଲଣ୍ଡନଠାରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ଶ୍ରୀ ପ୍ରଫୁଲ୍ଲ ମହାନ୍ତିଙ୍କୁ ଭେଟିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା। ଶ୍ରୀ ମହାନ୍ତି ଗତ ୬୪ ବର୍ଷ ଧରି ଲଣ୍ଡନରେ ଵାସ କରୁଛନ୍ତି।

ଶ୍ରୀ ମହାନ୍ତିଙ୍କ ସହ ସାକ୍ଷାତକାର ସୌଭାଗ୍ୟ ଏବଂ ଗର୍ବର ବିଷୟ। ନିଜର ଚମତ୍କାର ଚିତ୍ରକଳା ମାଧ୍ୟମରେ କେବଳ ଲଣ୍ଡନରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଶ୍ରୀ ମହାନ୍ତି ପ୍ରସିଦ୍ଧି ଲାଭ କରିଛନ୍ତି। ତାଙ୍କ ସଫଳତା ଓଡିଶା ଏବଂ ସମସ୍ତ ଓଡ଼ିଆଙ୍କ ପାଇଁ ଏକ ଗର୍ବର ବିଷୟ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଓଡିଶାର କଳା ଓ ସଂସ୍କୃତିର ବିକାଶ ଏବଂ ପ୍ରଚାର ପ୍ରସାର ନିମନ୍ତେ ଶ୍ରୀ ମହାନ୍ତିଙ୍କ ପରାମର୍ଶ ନିଶ୍ଚିତ ଲାଭଦାୟକ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ପ୍ରକାଶ କରିଛନ୍ତି।

ସାକ୍ଷାତକାର ଅବସରରେ ଶ୍ରୀ ମହାନ୍ତି ତାଙ୍କ ଦ୍ୱାରା ଲିଖିତ ଏବଂ ଅକ୍ସଫୋର୍ଡ଼ ୟୁନିଭର୍ସିଟି ପ୍ରେସ ଦ୍ୱାରା ପ୍ରକାଶିତ ‘Through Brown Eyes’ ଶୀର୍ଷକ ନାମକ ପୁସ୍ତକ ଉପ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।

Share This Article