ଚିଲିକା ହୋଟେଲ ଏବେ ଲଣ୍ଡନରେ, ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

Odisha Hot News
1 Min Read

ଭୁବନେଶ୍ବର: ବର୍ତ୍ତମାନ ଲଣ୍ଡନରେ ଖୋଲିଲା ଚିଲିକା ରେଷ୍ଟୁରାଣ୍ଟ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ତେବେ ମଙ୍ଗଳବାର ଦିନ ଲଣ୍ଡନର ବକ୍ସଲିହେଥ୍ ଠାରେ ଏହି ଭାରତୀୟ ରେଷ୍ଟୁରାଣ୍ଟ ଖୋଲିଛି। ଯାହାର ନାମ ରଖାଯାଇଛି ଚିଲିକା। ଏହାକୁ ଉଦଘାଟନ କରିଛନ୍ତି ଲଣ୍ଡନ ଗସ୍ତରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

ଏହି ରେଷ୍ଟୁରାଣ୍ଟଟି ଲଣ୍ଡନରେ ରହୁଥିବା ଦୁଇଜଣ ପ୍ରବାସୀ ଓଡିଆଙ୍କ ଉଦ୍ୟମରେ ପ୍ରତିଷ୍ଠା କରାଯାଇଛି। ସେମାନେ ହେଲେ ଶୁଭକାନ୍ତ ଦାସ ଏବଂ ପାର୍ଥ ପଣ୍ଡା। ଏହି ଉଦଘାଟନ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ସହିତ ସ୍ଥାନୀୟ ମେୟର, କାଉନସିଲର ଏବଂ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ରେଷ୍ଟୁରାଣ୍ଟରେ କେବଳ ଭାରତୀୟ ଖାଦ୍ୟ ପ୍ରସ୍ତୁତ କରାଯିବ। ସେଠାରେ ଥିବା ପ୍ରବାସୀ ଭାରତୀୟ ତଥା ବିଦେଶୀଙ୍କୁ ବେଶ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି।

Share This Article