ଆସିଲା ‘ବାତ୍ୟା ଦାନା’ର କ୍ଷୟକ୍ଷତି ରିପୋର୍ଟ, ୬ଶହ କୋଟି ଟଙ୍କାର କ୍ଷତି, ୧୩୧ ବ୍ଲକ ପ୍ରଭାବିତ

Odisha Hot News
1 Min Read

ଭୁବନେଶ୍ବର: ବାତ୍ୟା ଦାନା ଆସିଲା ଆଉ ଚାଲିଗଲା। ହେଲେ ସେ ଛାଡିଗଲା ଓଡିଶାର କ୍ଷୟକ୍ଷତି। ପ୍ରକୃତରେ ଏହି କ୍ଷୟକ୍ଷତି କେତେ ତାହାର ରିପୋର୍ଟ ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ବାତ୍ୟା ଦାନାର ଜିଲ୍ଲା ସ୍ତରୀୟ କ୍ଷୟକ୍ଷତି ଆସିଛି।ତେବେ ପଞ୍ଚାୟତିରାଜ ବିଭାଗ ବ୍ୟତୀତ ଅନ୍ୟ ସବୁ ବିଭାଗରୁ ଆସିଛି ରିପୋର୍ଟ।

ପ୍ରାଥମିକ ଆକଳନ ଅନୁଯାୟୀ ବାତ୍ୟା ‘ଦାନା’ରେ ପ୍ରାୟ ୬ଶହ କୋଟି ଟଙ୍କାର ସମ୍ପତ୍ତି କ୍ଷତି ହୋଇଛି। ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ।

ସେ କହିଛନ୍ତି ଯେ, ବାତ୍ୟାରେ ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ବେଶୀ କ୍ଷତିଗ୍ରସ୍ତ ହୋଇଛି। ମୋଟ ଏହି ବାତ୍ୟାରେ ୧୪ ଜିଲ୍ଲାର ୧୩୧ ବ୍ଲକ ପ୍ରଭାବିତ ହୋଇଛି। ସେହିପରି ଏହି ବ୍ଲକର ୧୧, ୬୩୭ ଗାଁର ୪୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

ସୂଚନା ଅନୁସାରେ ସମୁଦାୟ ୧୬,୪୧୭ ଘର ପ୍ରଭାବିତ ହୋଇଥିବାବେଳେ ୨୭ ଘର ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ୧୪,୬୮୦ ଘର ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି। ତେବେ ଏହି ରିପୋର୍ଟ ପ୍ରାଥମିକ ରିପୋର୍ଟ ବୋଲି ମନ୍ତ୍ରୀ କହିଛନ୍ତି।

Share This Article