ବିଜେଡି ଛାଡିଲେ ବରିର ପୂର୍ବତନ ବିଧାୟିକା ସୁନନ୍ଦା ଦାସ, କେଉଁଦଳକୁ ଯିବେ ???

Odisha Hot News
1 Min Read

ଭୁବନେଶ୍ବର: ବିଜେଡିରୁ ଇସ୍ତଫା ଦେଇଛନ୍ତି ବରିର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ସେ ନିଜର ଇସ୍ତଫା ପତ୍ର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଦେଇଛନ୍ତି। ଏ ନେଇ ସେ କହିଛନ୍ତି ଯେ, ଆମେ ଦଳରେ ଅଲୋଡା ଥିଲୁ। ଆମକୁ କେହି ପଚାରୁ ନ ଥିଲେ। ଫଳରେ ସେହି ଦଳରେ ରହି କିଛି ଲାଭ ନାହିଁ ବୋଲି ସୁନନ୍ଦା କହିଛନ୍ତି।

ସୁନନ୍ଦା ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳିରୁ ବିଜେଡି ଟିକେଟରେ 2019 ରୁ 2024 ପର୍ଯ୍ୟନ୍ତ ବିଧାୟିକା ଥିଲେ। ହେଲେ ଦଳ ତାଙ୍କୁ 2024ରେ ଟିକେଟ ଦେଲା ନାହିଁ। ତାଙ୍କ ବଦଳରେ ଦଳ ବିଶ୍ବରଂଜନ ମଲ୍ଲିକଙ୍କୁ ଟିକେଟ ଦେଲା ଏବଂ ସେ ଜିତିଲେ ମଧ୍ୟ। ଏହାକୁ ନେଇ ସୁନନ୍ଦା ସେତେବେଳଠାରୁ ଅସନ୍ତୁଷ୍ଠ ଥିଲେ।

ହେଲେ ଦଳ ଗତ ନିର୍ବାଚନରେ ତାଙ୍କ ସ୍ବାମୀ ଦେବେନ୍ଦ୍ର ଦାସଙ୍କୁ ଦଳର ସାଧାରଣ ସଂପାଦକ ପଦ ଦେଇ ନବୀନ ପଟ୍ଟନାୟକ ପ୍ରତିଦ୍ବନ୍ଦିତା କରୁଥିବା କଣ୍ଟାବାଞ୍ଜୀ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପରିଚାଳନା ଦାୟିତ୍ବ ଦିଆଯାଇଥିଲା।

Share This Article