ଉତ୍ସର୍ଗୀକୃତ ସେବା ଓ କର୍ମକ୍ଷେତ୍ରରେ ସଜାଗ ଏବଂ ସତର୍କତା ପାଇଁ ତିନି ରେଳ କର୍ମଚାରୀ ପୁରସ୍କୃତ

Odisha Hot News
1 Min Read

ଭୁବନେଶ୍ୱର: ପୂର୍ବତଟ ରେଳପଥ ମୁଖ୍ୟାଳୟରେ ଆୟୋଜିତ ଏକ ସମ୍ବର୍ଧନା ସଭାରେ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଉତ୍ସର୍ଗୀକୃତ ସେବା ଓ କର୍ମକ୍ଷେତ୍ରରେ ସଜାଗ ଏବଂ ସତର୍କତା ପାଇଁ ତିନିଜଣ ରେଳ କର୍ମଚାରୀଙ୍କ ଅତୁଳନୀୟ ପ୍ରଦର୍ଶନକୁ ସ୍ୱୀକୃତି ଦେଇ ପୁରସ୍କୃତ କରିଛନ୍ତି। ସେମାନଙ୍କର ତୀବ୍ର କାର୍ଯ୍ୟକଳାପ ପ୍ରମୁଖ ଦୁର୍ଘଟଣାକୁ ରୋକିବାରେ, ଉଭୟ ମାନବ ଜୀବନ ରକ୍ଷା କରିବା ଏବଂ ଟ୍ରେନ୍ ଚଳାଚଳର ଧାରାକୁ ଅକ୍ଷ୍ୟୁର୍ଣ୍ଣ ରଖିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

ଏହି ଉତ୍ସବରେ ଅତିରିକ୍ତ ମହାପ୍ରବନ୍ଧକ ମହେଶ କୁମାର ବେହେରା, ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ସମେତ ଅନ୍ୟାନ ପ୍ରମୁଖ ବିଭାଗୀୟ ଅଧିକାରୀ ଓ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ରେଳପଥ ମଧ୍ୟରେ ସୁରକ୍ଷା ପ୍ରତି ସାମୂହିକ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ।

ବିଶାଖାପାଟଣାର ମୁଖ୍ୟ ଟ୍ରାଫିକ୍ ଇନ୍ସପେକ୍ଟର ଜି. ଶ୍ରୀଧର; ସମ୍ବଲପୁର ନିକଟ ସରଲା ଆରଓଏଚ (ROH) ର ଟେକ୍ନିସିଆନ-I ସୁଶାନ୍ତ କୁମାର ଗିରି ଏବଂ ବିଜୟନଗରମ ଷ୍ଟେସନର ଟେକ୍ନିସିଆନ-II ଭି ରାମକୃଷ୍ଣଙ୍କୁ ସେମାନଙ୍କର ତୀବ୍ର କାର୍ଯ୍ୟକାରିତା ପାଇଁ ପୁରସ୍କୃତ କରାଯାଇଥିଲା। ଟ୍ରେନଗୁଡିକର ନିରାପଦ ଏବଂ ଦକ୍ଷ ଚଳାଚଳ ସୁନିଶ୍ଚିତ କରିବାକୁ ଏକ ଆହ୍ୱାନ ଭାବରେ ଗ୍ରହଣ କରି ଗ୍ୟାଙ୍ଗମେନ, ଟ୍ରଲିମେନ, ଗେଟେମେନ, OHE ଖଲାସି ଏବଂ ଅନ୍ୟାନ୍ୟ ରକ୍ଷଣାବେକ୍ଷଣ କର୍ମଚାରୀଙ୍କ ଉତ୍ସର୍ଗୀକୃତ ଉଦ୍ୟମକୁ ମହାପ୍ରବନ୍ଧକ ଶ୍ରୀ ଫୁଙ୍କୱାଲ ପ୍ରଶଂସା କରିଛନ୍ତି। ମହାପ୍ରବନ୍ଧକ ସେମାନଙ୍କର କଠିନ ପରିଶ୍ରମକୁ ସ୍ୱୀକୃତି ଦେବା ଉପରେ ଗୁରୁତ୍ୱାରୋପ କରିବା ସହ ଯାତ୍ରୀମାନଙ୍କ ପାଇଁ ସୁଗମ ତଥା ନିରାପଦ କାର୍ଯ୍ୟର ଲକ୍ଷ୍ୟକୁ ଦୃଢ଼କରି ସେମାନଙ୍କ କର୍ତ୍ତବ୍ୟରେ ଆନ୍ତରିକତା ଏବଂ ସତର୍କତା ବଜାୟ ରଖିବାକୁ ସମସ୍ତ ରେଳ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ।

ପ୍ରତ୍ୟେକ କର୍ମଚାରୀଙ୍କ ପରିଶ୍ରମ ଆମର ରେଳ ନେଟୱାର୍କର ସୁରକ୍ଷା ତଥା ନିରାପତ୍ତା ପାଇଁ ସହାୟକ ହୋଇଥାଏ ବୋଲି ଶ୍ରୀ ଫୁଙ୍କୱାଲ କହିଛନ୍ତି। ଯାତ୍ରୀମାନଙ୍କ ପାଇଁ ସୁରକ୍ଷିତ ଯାତ୍ରା ଜାରି ରଖିବା ପାଇଁ ଆମେ ସଜାଗ ରହିବା ଜରୁରୀ ବୋଲି ସେ ଉଲ୍ଲେଖ କରିଥିଲେ।

Share This Article