ସଟସର୍କିଟ୍ ରୁ ଅଗ୍ନିକାଣ୍ଡ, ୧୨ ବଖରା ଘର ପୋଡ଼ି ଲକ୍ଷାଧିକ ମୂଲ୍ୟର ସମ୍ପତ୍ତି ନଷ୍ଟ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଖଲ୍ଲିକୋଟ ଥାନା ଅନ୍ତର୍ଗତ କମଳାପଦର ଗ୍ରାମରେ ବିଦ୍ୟୁତ୍ ସଟ୍ ରେ ଅଗ୍ନିକାଣ୍ଡ ଘଟି ୩ ଟି ପରିବାରର ୧୨ ବଖରା ଘର ଜଳି ପୋଡ଼ି ଧ୍ୱଂସ ହୋଇଯାଇଛି। ଉକ୍ତ ଅଗ୍ନିକାଣ୍ଡ ଘଟି କ୍ଷତିଗ୍ରସ୍ତ ପରିବାରର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।

ଅଗ୍ନିକାଣ୍ଡ ସମୟରେ ଗୋଟିଏ ଘରୁ ଗ୍ୟାସ ସିଲିଣ୍ଡର ବିସ୍ପୋରଣ ଘଟି ପ୍ରଚଣ୍ଡ ଶବ୍ଦରେ ଗ୍ରାମ ବାସିନ୍ଦା ଆତଙ୍କିତ ହୋଇ ପଡ଼ିଥିଲେ। କିନ୍ତୁ ସାଧାରଣ ଜନତାଙ୍କ ଉପରେ ଏହାର ପ୍ରଭାବ ପଡିନାହିଁ। ଏହି ଭଳି ପରିସ୍ଥିତିରେ ଗାଁ ଲୋକେ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Share This Article