ଜଟଣୀରେ ଆସନ୍ତାକାଲି ଯୋଗ ଓ ପ୍ରାକୃତିକ ଚିକିତ୍ସା ଗବେଷଣା ପ୍ରତିଷ୍ଠାନର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ

Odisha Hot News
1 Min Read

ଭୁବନେଶ୍ବର: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଟଣୀସ୍ଥିତ ବିଞ୍ଚିଗିରିଠାରେ ଜାତୀୟ ଯୋଗ ଓ ପ୍ରାକୃତିକ ଚିକିତ୍ସା ଗବେଷଣା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରୁ ଭିଡିଓ କନଫ୍ରେସିଂ ମାଧ୍ୟମରେ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଏ ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ତରଫରୁ ସୂଚନା ପ୍ରଦାନ କରାଯାଇଛି।

ଏହି ଜାତୀୟ ଅନୁଷ୍ଠାନ ମାଧ୍ୟମରେ ଯୋଗ ଏବଂ ଓଡିଶାର ହଜିଯାଉଥିବା ପ୍ରାକୃତିକ ଚିକିତ୍ସାର ପ୍ରସାର ହୋଇପାରିବ। ପୂର୍ବରୁ ଅପରାଜିତା ଆୟୁଷ ବିଭାଗ ମନ୍ତ୍ରୀଙ୍କ ସହିତ ଆଲୋଚନା କରି ଏହାର ଅନୁମୋଦନ କରାଇଥିଲେ। ଫଳରେ ଅପରାଜିତାଙ୍କ କାର୍ଯ୍ୟକାଳରେ ଏହା ଏକ ବଡ ପଦକ୍ଷେପ ବୋଲି କୁହାଯାଇପାରେ।

ଏହି ଉତ୍ସବରେ କେନ୍ଦ୍ରସ୍ବାସ୍ଥ୍ୟ ମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା, ଶ୍ରମ ଓ ନିୟୋଜନ ମନ୍ତ୍ରୀ ମନସୁଖ ମାଣ୍ଡଭିଆ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ଆୟୁଷମନ୍ତ୍ରୀ ପ୍ରତାପରାଓ ଯାଦବ, କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଜଟଣୀ ବିଧାୟକ ବିଭୂତି ବଳବନ୍ତରାୟ ଯୋଗଦେବେ।

Share This Article