ଦୁଷ୍କର୍ମ ଅଭିଯୁକ୍ତକୁ ସୁରାଟ୍ ରୁ ଉଠାଇ ଆଣିଲା ବେଗୁନିଆ ପଡ଼ା ପୋଲିସ

Odisha Hot News
1 Min Read

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ଜୁନ୍ ମାସରେ ବେଗୁନିଆ ପଡ଼ା ଥାନା ଅନ୍ତର୍ଗତ ତାଳସର ପଞ୍ଚାୟତର ଜନୈକା ମହିଳାଙ୍କୁ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ମୁନା ଗୌଡ଼ ନାମକ ଜଣେ ଯୁବକ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା। ପୀଡ଼ିତା ମହିଳାଙ୍କ ଅଭିଯୋଗ ଗ୍ରହଣ କରି ପୋଲିସ ମାମଲା ନଂ ୨୮୫/୨୦୨୪ ଅନୁଯାୟୀ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚଳାଇଥିଲେ।

ବର୍ତ୍ତମାନ ନବ ନିଯୁକ୍ତ ଥାନା ଅଧିକାରୀ ସମିର ରାଉତଙ୍କ ନିର୍ଦ୍ଦେଶ କ୍ରମେ ଏସ୍ ଆଇ ଜଗଦୀଶ ପଣ୍ଡା ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଗୁଜରାଟ ରାଜ୍ୟ ଶୀଳ୍ପ ନଗରୀ ସୁରାଟ୍ ସହର ରେ ଚଢାଉ କରିଥିଲେ। ସେଠାରୁ ଅଭିଯୁକ୍ତ ମୁନାକୁ କାବୁ କରି ଥାନାରେ ଅଟକ ରଖି ଜେରା କରିବା ପରେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share This Article