ବାଲୁଗାଁ ବଜାରରୁ ଲକ୍ଷାଧିକ ମୂଲ୍ୟର ବେଆଇନ ବାଣ ଜବତ: ୩ ବେପାରୀ ଗିରଫ

Odisha Hot News
1 Min Read

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଜାରର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ୩ ବାଣ ବେପାରୀଙ୍କୁ ପୋଲିସ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ କରିଛି। ଦୀପାବଳି ପୁର୍ବରୁ ଖୋର୍ଦ୍ଧା ଜିଲ୍ଲାରେ ବେଆଇନ ବାଣ ବେପାରକୁ ଦୃଷ୍ଟିରେ ରଖି ଏସପି ଙ୍କ ନିର୍ଦ୍ଦେଶକ୍ରମେ ସମଗ୍ର ଜିଲ୍ଲାରେ ବେଆଇନ ବାଣ ଦୋକାନ ଉପରେ ଚଢ଼ାଉ ଜାରି ରହିଛି।

ଏହି ପରିପ୍ରେକ୍ଷୀରେ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ତତ୍ୱାବଧାନରେ ଏବଂ ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ନେତୃତ୍ୱରେ ଏକ ଟିମ ବାଲୁଗାଁ ବଜାରରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ୱଜିତ ଗଜେନ୍ଦ୍ର, ଅନିକେତ ପରିଡା ଓ ରୋଶନ ନାୟକ। ଜବତ ବାଣର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ହେବ ବୋଲି ଆଇଆଇସି ଶ୍ରୀ ପରିଡ଼ା କହିଛନ୍ତି।

Share This Article