ଭୁବନେଶ୍ୱର : ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧.୫ ଲକ୍ଷ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ବିଲ୍ ସୋମବାର ବିଧାନସଭାରେ ଅନୁମୋଦନ ହୋଇଛି। ସର୍ବ ସମ୍ମତି କ୍ରମେ ବାଚନିକ ମତଦାନରେ ଏହାକୁ ପାରିତ କରାଯାଇଛି। ଏଥିସହିତ ୩୮ଟି ବିଭାଗର ଖର୍ଚ୍ଚ ଦାବିକୁ ମଧ୍ୟ ଗିଲୋଟିନ୍ ମାଧ୍ୟମରେ ଅନୁମୋଦନ କରାଯାଇଛି। କରୋନା (କୋବିଭ-୧୯) ସଂକ୍ରମଣକୁ ଦୃଷ୍ଟିରେ ରଖି ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟକୁ ସୀମିତ କରାଯାଇଛି। ମଙ୍ଗଳବାର ପାରିତ ହେବାକୁ ଥିବା ବ୍ୟୟମଞ୍ଜୁରୀ ବିଲ୍କୁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୩୦ରେ ଗୃହିତ କରାଯାଇଛି। କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।
ଲୋକସେବା ଭବନରେ ବସିଥିବା ଏହି ସ୍ବଳ୍ପ ସେବା ଅଧିବେଶନ କେବଳ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟକୁ ଅନୁମୋଦନ କରିବା ପାଇଁ ଉଦ୍ଦିଷ୍ଟ ଥିଲା। ସେଥିପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏକ ଦିନିକିଆ ଅଧିବେଶନ ଡାକିଥିଲେ। କରୋନା ସଂକ୍ରମଣ ଆଶଙ୍କା ଥିବାରୁ ଅଧିବେଶନକୁ ସମସ୍ତ ରାଜନୈତିକ ଦଳର ମାତ୍ର ୩୦ ପ୍ରତିଶତ ସଦସ୍ୟ ଯୋଗ ଦେବା ପାଇଁ ପରାମର୍ଶ ଦିଆଯାଇଥିଲା। ଏହି କ୍ରମରେ ସୋମବାର ପର୍ବାହ୍ନ ୧୧ଟାରେ ଲୋକସବା କନ୍ଭେନ୍ସନ୍ ହଲ୍ରେ ଅଧିବେଶନ ଆରମ୍ଭ ହୋଇଥିଲା। ହଲ୍କୁ ଯିବା ପୂର୍ବରୁ ସଦସ୍ୟମାନେ ମାସ୍କ ପରିଧାନ କରିବା ସହିତ ହାତକୁ ଭଲଭାବେ ସାନିଟାଇଜ୍ କରିଥିଲେ। ଗୃହ ଆରମ୍ଭ ହେବା ପରେ କିଛି ସମୟ ପାଇଁ ଗୃହକୁ ମୁଲତବୀ କରାଯାଇଥିଲା। ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବା ପୂର୍ବରୁ ବାଚସ୍ପତି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକଙ୍କୁ କିଛି କହିବା ପାଇଁ ଅନୁମତି ଦେଇଥିଲେ। ସେ କହିଥିଲେ ଯେ, ସମଗ୍ର ବିଶ୍ୱରେ କରୋନା ଆତଙ୍କ ଖେଳାଇଛି। ଭାରତରେ ଏହି ରୋଗ ସଂକ୍ରମଣ ବ୍ୟାପିବା ଆଶଙ୍କା ରହିଛି। ରାଜ୍ୟ ବାହାରେ ଯେଉଁ ଓଡ଼ିଆ ଶ୍ରମିକମାନେ ରହିଛନ୍ତି ସରକାର ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଅନ୍ତୁ। ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରାଯାଉ। ମିଳିମିଶି କିପରି ଏହି ମାରାତ୍ମକ ରୋଗକୁ ମୁକାବିଲା କରାଯାଇ ପାରିବ ସେ ନେଇ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି ସେ କହିଥିଲେ। ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କରୋନା ମୁକାବିଲା ପାଇଁ ସ୍ବାସ୍ଥ୍ୟ ସେବାକୁ ଅଧିକ ବ୍ୟାପକ କରିବା ଏବଂ ଲକ୍ଡାଉନ୍କୁ କଡାକଡ଼ି ଭାବେ ପାଳନ କରିବା ସକାଶେ ପଦକ୍ଷେପ ନେବାଲାଗି ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଗୃହରେ ଗିଲୋଟିନ୍ ମାଧ୍ୟମରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବୀ ଗୃହରେ ଅନୁମୋଦିତ ହୋଇଥିଲା। ଶେଷରେ ବ୍ୟୟ ମଞ୍ଜୁରୀ ବିଲ୍କୁ ସର୍ବ ସମ୍ମତି କ୍ରମେ ଅନୁମୋଦନ କରାଯାଇଥିଲା। ଏହି ଅଧିବେଶନ ପ୍ରାୟ ୧ ଘଣ୍ଟା ୨୦ ମିନିଟ ଧରି ଚାଲିଥିଲା। ବିଧାନସଭା ବାହାରେ ଗଣମାଧ୍ୟମକୁ ସୂଚନା ଦେଇ ବିରୋଧୀ ଦଳ ନେତା କହିଥିଲେ ଯେ, ସରକାର ଆଗତ କରିଥିବା ବ୍ୟୟ ମଞ୍ଜୁରୀ ବିଲ୍କୁ ସର୍ବ ସମ୍ମତି କ୍ରମେ ସମର୍ଥନ କରାଯାଇଛି। ବର୍ତ୍ତମାନ ପରିସ୍ଥିତିରେ ବିରୋଧ କରିବା ଆଦୌ ଠିକ୍ ନୁହେଁ। ଏଥିସହିତ ଏହି ମହାମାରୀର ମୁକାବିଲା ପାଇଁ ସରକାର କିପରି ଅଧିକ ବ୍ୟବସ୍ଥା କରିପାରିବେ ସେ ନେଇ ପ୍ରସ୍ତାବ ଦିଆଯାଇଛି ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ, କରୋନା ସଂକମଣକୁ ଦୃଷ୍ଟିରେ ରଖି ଚଳିତ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟକୁ ମାର୍ଚ୍ଚ ୨୯ ତାରିଖ ଯାଏ ସ୍ଥଗିତ ଘୋଷଣା କରାଯାଇଥିଲା। ତେବେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇ ନ ଥିବାରୁ ୩୦ ତାରିଖରେ ଅଧିବେଶନ ପୁଣି ଆରମ୍ଭ କରାଯାଇଥାନ୍ତା। ମାତ୍ର ରାଜ୍ୟରେ ଚିହ୍ନଟ ହୋଇଥିବା ତୃତୀୟ କରୋନା ରୋଗୀ ବିଧାନସଭା କର୍ମଚାରୀଙ୍କ ସଂସ୍ପର୍ଶରେ ଆସିବାରୁ ବଜେଟ ଅଧିବେଶନ ଶେଷ ପର୍ଯ୍ୟୟକୁ ବିଧାନସଭାରୁ ଲୋକସେବା କନ୍ଭେନ୍ସନ୍ ହଲକୁ ସ୍ଥାନାନ୍ତର କରାଯାଇଥିଲା। ବିଧାନସଭା କର୍ମଚାରୀ କରୋନା ରୋଗୀ ସଂସ୍ପର୍ଶରେ ଆସିଥିବା ଆଶଙ୍କାକରି ବାଚସ୍ପତି ସମସ୍ତ କର୍ମଚାରୀଙ୍କୁ କ୍ୱାରାଣ୍ଟାଇନ୍ରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ସମ୍ପୂର୍ଣ୍ଣ ବିଧାନସଭାକୁ ପରିସ୍କାର ଓ ବିଶୋଧନ ପାଇଁ ପରାମର୍ଶ ଦିଆଯାଇଥିଲା।
ଲୋକସେବା ଭବନ ସମ୍ମିଳନୀ କକ୍ଷରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧.୫ ଲକ୍ଷ କୋଟି ଅନୁମୋଦିତ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ ଘୋଷଣା
3 Comments
3 Comments

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Vavada casino oferuje polskim graczom rozbudowany wybór gier od pragmatic play i evolution gaming, atrakcyjne bonusy powitalne oraz profesjonalną obsługę klienta w języku polskim.
Vavada w Polsce zdobyła popularność dzięki pełnej lokalizacji i wsparciu dla płatności w złotówkach. Gracze doceniają możliwość grania w języku polskim i kontakt z obsługą klienta w rodzimym języku. Oferta promocyjna, w tym stały cashback 10, dodatkowo zwiększa atrakcyjność kasyna. Na tle konkurencji wyróżnia się szeroką gamą gier, szybkim czasem wypłat i aplikacjami mobilnymi. Wszystko to czyni serwis istotnym graczem na polskim rynku gier online. Vavada Polska kusi graczy nie tylko bonusami, ale też prostotą rejestracji i ogromnym katalogiem gier. Wygodne płatności w PLN oraz szybkie wypłaty? To właśnie doceniają użytkownicy. Wielu z nich chwali intuicyjną obsługę i dynamiczne aplikacje mobilne. A cashback? W Polsce uznawany jest niemal za obowiązkowy element, bo pozwala zmniejszyć ryzyko strat. Czy dziwi więc, że platforma zdobyła reputację bezpiecznej i praktycznej alternatywy wobec konkurencji?