Cyclone Dana Pre Impact: ବାଲେଶ୍ବରରେ ଆରମ୍ଭ ହୋଇଗଲାଣି ତାଣ୍ଡବ, ଗଛ ଉପୁଡି ରାସ୍ତା ଅବରୋଧ

Odisha Hot News
1 Min Read

Cyclone Dana Pre Impact: ବାତ୍ୟା ଦାନା ସ୍ଥଳଭାଗ ଛୁଇଁବା ପୂର୍ବରୁ ବର୍ତ୍ତମାନଠାରୁ ଡରାଇବା ଆରମ୍ଭ କଲାଣି। ସମୁଦ୍ର ଉପକୂଳ ଅଞ୍ଚଳରେ ପବନ ସହିତ ପ୍ରବଳ ବର୍ଷା ଯୋଗୁଁ କ୍ଷୟକ୍ଷତି ଆରମ୍ଭ ହୋଇଯାଇଛି। ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହେବାରେ ଲାଗିଛି। ଏହାର ପ୍ରଭାବ ବର୍ତ୍ତମାନ ବାଲେଶ୍ବର ଜିଲ୍ଲାରେ ପରିଲକ୍ଷିତ ହୋଇଛି।

ବାଲେଶ୍ବର ବସ୍ତା ଅଞ୍ଚଳରେ ଗତକାଲି ରାତିରୁ ଗଛ ଉପୁଡି ରାସ୍ତା ଅବରୋଧ ହୋଇଛି। ବସ୍ତା ବ୍ଲକର ବୃନ୍ଦାବନପୁର ଗ୍ରାମରେ ବହୁ ଗଛ ଉପୁଡି ପଡିଥିବାର ଦେଖାଯାଇଛି। ଏହି ଖବର ଜାଣିବା ପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତା ସଫା କରିବାରେ ଲାଗିଛନ୍ତି। ସେହିପରି ଚାଳଘର ଗୁଡିକର ଅବସ୍ଥା ମଧ୍ୟ ତଦୃପ। ଯଦି ବାତ୍ୟା ଆସିବା ପୂର୍ବରୁ ଏପରି ସ୍ଥିତି ତେବେ ବାତ୍ୟା ଆସିଲେ କଣ ହେବ ବୋଲି ଲୋକେ ଭୟଭିତ ହୋଇପଡିଛନ୍ତି।

Share This Article