ଅସ୍ତରଂଗରେ ବାତ୍ୟାର ପ୍ରଭାବ, ରାସ୍ତା ଉପରେ ଉପୁଡି ପଡିଲା ଗଛ, ଅଗ୍ନିଶମ କର୍ମଚାରୀ ନିୟୋଜିତ

Odisha Hot News
1 Min Read

ଭୁବନେଶ୍ବର: ବାତ୍ୟା ଦାନାର ପ୍ରଭାବ ଗତକାଲି ରାତିରୁ ଆରମ୍ଭ ହୋଇଯାଇଛି। ପାରାଦୀପ, ଜଗତସିଂହପୁର ବାଲେଶ୍ବର ଭଦ୍ରକରେ ଏହାର ତାଣ୍ଡବ ଆରମ୍ଭ ହୋଇସାରିଛି। ସେହିପରି ପୁରୀ ଜିଲ୍ଲା ଅସ୍ତରଂଗରେ ମଧ୍ୟ ବାତ୍ୟାର ପ୍ରଭାବ ପରିଲକ୍ଷିତ ହୋଇଛି। ଗତକାଲି ରାତିରେ ପ୍ରବଳ ବର୍ଷା ହେବା ସହିତ ପବନ ମଧ୍ୟ ପ୍ରବାହିତ ହେଉଛି। ଫଳରେ ରାସ୍ତାଘାଟରେ ଗଛ ଉପୁଡି ପଡିଯାଇଛି।

ସେଠାରେ ସଜାଗ ଥିବା ଅଗ୍ନିଶମ ବିଭାଗ ଏହି ଘଟଣା ପରେ ରାସ୍ତା ସଫା କାମ କରିବା ଲାଗିଯାଇଛନ୍ତି। ଗତକାଲି ରାତିରୁ ଅସ୍ତରଂଗର ବିଭିନ୍ନ ସ୍ଥାନରେ ଅଗ୍ନିଶମ କର୍ମଚାରୀ କଟର ସାହାଯ୍ୟରେ ଗଛ କାଟିବା ସହିତ ରାସ୍ତାରୁ ତାହାକୁ ହଟାଉଛନ୍ତି। ତେବେ ବର୍ଷା ପରିମାଣ ଓ ପବନ ବେଗ ବୃଦ୍ଧି ପାଉଥିବାରୁ ଏହି କ୍ଷତି ଆହୁରି ପରିଲକ୍ଷିତ ହେବ।

Share This Article