ଭୁବନେଶ୍ୱର : ସାମ୍ବାଦିକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କରୋନା ପ୍ୟାକେଜ ଘୋଷଣା । କରୋନା ଭାଇରସରେ ଆକ୍ରାନ୍ତ ହୋଇ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ମିଳିବ କ୍ଷତିପୂରଣ । ସଂକ୍ରମିତ ସାମ୍ବାଦିକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ଅନୁକୂମ୍ପାମୂଳକ ରାଶି ପ୍ରଦାନ କରାଯିବ । ସାରାଦେଶରେ କରୋନା ଭାଇରସ ଭଳି କଠିନ ସମୟରେ ସାମ୍ବାଦିକମାନେ ନିଷ୍ଠାର ସହ ନିଜର ଦାୟିତ୍ବ ତୁଲାଉଛନ୍ତି ।
କରୋନା ଭାଇରସ ଯୋଗୁଁ ସାରା ବିଶ୍ୱରେ ଏକ ବିରାଟ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଛି । ଏହି ପ୍ରରିପେକ୍ଷୀରେ କରୋନା ଭାଇରସ ସଂପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଏଭଳି କଠିନ ପରିସ୍ଥିତିରେ ମଧ୍ୟ ସାମ୍ବିଦିକମାନ ନିଷ୍ଠାର ସହିତ ସେମାନଙ୍କ ଦାୟିତ୍ୱ ନିର୍ବାହ କରିଚାଲିଛି । ତେଣୁ କାର୍ଯ୍ୟରତ ସାମ୍ବାଦିକଙ୍କ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ବୀମା ଘୋଷଣା କରିଛନ୍ତି ଓଡ଼ିଶା ସରକାର।
ସରକାରଙ୍କର ଏ ଘୋଷଣାରେ କୃତଜ୍ଞତା ପ୍ରକାଶ କରିଛି ଓଡ଼ିଶା ଓ୍ବେବ୍ ଜର୍ଣାଲିଷ୍ଟ ଆସୋସିଏସନ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜଙ୍କୁ ଅନୁଷ୍ଠାନର ସଭାପତି ସମରେନ୍ଦ୍ର ପ୍ରଧାନ, ସଂପାଦକ ଶୁଭ୍ରାଶୁ ପଣ୍ଡା, ଉପସଭାପତି ମାନସ ମହାପାତ୍ର, ଯୁଗ୍ମ ସମ୍ପାଦକ ବିଦ୍ୟାଧର ପାତ୍ର, କୋଷାଧ୍ୟକ୍ଷ ଜିତେନ୍ଦ୍ର ମହାନ୍ତି, ପ୍ରତିଷ୍ଠାତା ସଦସ୍ୟ ହରିହର ପଣ୍ଡା ଓ ରାମଚଣ୍ଡୀ ରଣସିଂହ ପକ୍ଷରୁ ଧନ୍ୟବାଦ ଦିଆଯାଇଛି।