ଜିଲ୍ଲାପାଳଙ୍କ ଅଚାନକ ରଣପୁର ଗସ୍ତ, ବିଭିନ୍ନ କାର୍ଯ୍ୟର କଲେ ସମୀକ୍ଷା, ସ୍କୁଲରେ ପିଲାଙ୍କୁ ପଢ଼ାଇଲେ ପାଠ 

Odisha Hot News
1 Min Read

ରଣପୁର: ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ଆଜି ଅଚାନକ ରଣପୁର ବ୍ଲକ ଗସ୍ତ କରିଥିଲେ। ଜିଲ୍ଲାପାଳ ବ୍ଲକର ସ୍ୱାସ୍ଥ୍ୟକେନ୍ଦ୍ର, ପଞ୍ଚାୟତ, ବିଦ୍ୟାଳୟ, ଅଙ୍ଗନବାଡିକେନ୍ଦ୍ର ଆଦି ପରିଦର୍ଶନ କରିଥିଲେ। ରଣପୁର ବ୍ଲକର ଗୋପାଳପୁର ପଞ୍ଚାୟତରେ ବିଭିନ୍ନ କାର୍ଯ୍ୟର ତଦାରଖ କରିବା ସହ ସମୀକ୍ଷା କରିଛନ୍ତି। ଗୋପାଳପୁର ପଞ୍ଚାୟତରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଏହାର ସମୀକ୍ଷା କରିଥିଲେ। ଏଥି ସହିତ ଗୋପାଳପୁର ପଞ୍ଚାୟତ କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟର ତଦାରଖ କରିବା ସହ ସମୀକ୍ଷା କରିଛନ୍ତି।

ଗୋପାଳପୁରରେ ଥିବା ୫-ଟି ହାଇସ୍କୁଲ ପରିସରରେ ଥିବା ସାଇନ୍‌ସ ଲାବୋରଟୋରି, ଇ-ଲାଇବ୍ରେରୀ, ଆଇସିଟି ଲ୍ୟାବର ପରିଦର୍ଶନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ପାଠ ପଢ଼ାଇଥିଲେ। ଏଥି ସହିତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଉତ୍ତମ ଶିକ୍ଷା ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଗୋପାଳପୁରରେ ଥିବା ଅଙ୍ଗନୱାଡି କେନ୍ଦ୍ର, ମୁଗ ଡାଲି ପ୍ୟାକିଙ୍ଗ ସେଣ୍ଟର ବୁଲି ଦେଖିଥିଲେ। ଏଥି ସହିତ ସ୍ୱୟଂ ସହାୟକ ମହିଳା ମାନଙ୍କ ସହ ଆଲୋଚନା କରି ଅଧୀକ ସ୍ୱାବଲମ୍ବି ହେବା ପାଇଁ ପରାମର୍ଶ ଦେଇଥିଲେ।

ଏହି ଗ୍ରସ୍ତରେ ନୟାଗଡ଼ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହି ଅଧିକାରୀ ଦେବଦତ୍ତ ପଣ୍ଡା, ରଣପୁର ବିଡିଓ ସୁଧୀର କୁମାର ନାୟକ, ରଣପୁର ବ୍ଲକ ଶିକ୍ଷା ଅଧିକାରୀ ବନଲତା ବେହେରା, ସହକାରୀ ଯନ୍ତ୍ରୀ ଶଶିରେଖା ଜେନା, ଜ୍ଞାନେନ୍ଦ୍ର ପାଢ଼ି, ଯନ୍ତ୍ରୀ ଦିଲ୍ଲୀପ ଉଦ୍ଦିନଙ୍କ ସମେତ ସମସ୍ତ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।

Share This Article